Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ର ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ବୈଠକ

by ସଞ୍ଜୟ ସ୍ୱାଇଁ
March 3, 2025
in Nayagarh, State
କେନ୍ଦ୍ର ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ବୈଠକ
224
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନିଖିଳ ଉତ୍କଳ ଇପିଏଫ୍ ପେନସନର୍ସ ଆସୋସିଏସନ ତଥା ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ବ୍ୟାଙ୍କ ତାଲିମ କେନ୍ଦ୍ରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କମିଟି ଉପସଭାପତି ପ୍ରସନ୍ନ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ମାୟାଧର ମଲ୍ଲିକ, ରାଜ୍ୟ କମିଟି ସଂଯୋଜକ ରାଜକିଶୋର ସ୍ୱାଇଁ, ରାଜ୍ୟ ସଂଗଠନ ସମ୍ପାଦକ କଣ୍ଡୁରୀ ଚରଣ ସୁବୁଦ୍ଧି, ରାଜ୍ୟ କାର୍ୟ୍ୟ କାରିଣୀ ସଭ୍ୟା ପ୍ରେମଲତା ଜୟସିଂଙ୍କ ସମେତ ଶତାଧିକ ଇପିଏଫ୍ ପେନ୍ସନ ଭୋଗି ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଜୟକୃଷ୍ଣ ଜେନା ସଭାକୁ ସମ୍ବୋଧନ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ, ସଂଗଠନ ସମ୍ପାଦକ, ସଂଯୋଜକ, ଉପ-ସଭାପତି ତଥା ଯୁଗ୍ମ-ସମ୍ପାଦକ ଇପିଏଫ୍ ସର୍ବନିମ୍ନ ପେନ୍ସନ ବୃଦ୍ଧି ସହିତ ମହଙ୍ଗା ଭତା, ଉଚ୍ଚ ହାରରେ ପେନ୍ସନ ଶୀଘ୍ର ପ୍ରଦାନ ପାଇଁ ବିଭିନ୍ନ ଦିଗ ଉପରେ ନିଜ ନିଜର ଅଭିବ୍ୟକ୍ତି ରଖୁଥିଲେ। ରାଜ୍ୟ କମିଟି ସଭାପତି ସଞ୍ଜୟ କୁମାର ରଥ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ତାଙ୍କର ଉଦ୍ବୋଧନ ପ୍ରଦାନ କରି ଉପସ୍ଥିତ ସଭ୍ୟ ସଭ୍ୟାଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ କାର୍ୟ୍ୟଥକାରିଣୀ କମିଟି ଅନୁମୋଦନ କ୍ରମେ ଆସୋସିଏସନ ନୟାଗଡ଼ ଜିଲ୍ଲା ଶାଖା ଗଠନ କରାଯାଇ ଜିଲ୍ଲା କାର୍ୟ୍ୟ କାରିଣୀର ଘୋଷଣା କରାଯାଇଛି । ସଭାପତି ଭାବେ ପ୍ରସନ୍ନ କୁମାର ଶତପଥଙ୍କୁ ଚୟନ କରାଯାଇଥିବା ବେଳେ ଉପ ସଭାପତି ଭାବେ ଶରତ ଚନ୍ଦ୍ର ଛୋଟରାୟ, ଦାଶରଥ ସାହୁଙ୍କୁ ଚୟନ କରାଯାଇଛି । ସାଧାରଣ ସମ୍ପାଦକ ଭାବେ ଜୟକୃଷ୍ଣ ଜେନା, ଯୁଗ୍ମ ସମ୍ପାଦକ ଭାବେ ସନ୍ତୋଷ କୁମାର ବସନ୍ତିଆ, ପ୍ରାଣକୃଷ୍ଣ ରଥ, କୋଷାଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଶେଷରେ ସନ୍ତୋଷ କୁମାର ବସନ୍ତିଆଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ସଭାପତି ସଭାସାଙ୍ଗ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!