ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଗକୁ ଗ୍ରୀଷ୍ମ ପ୍ରବାହକୁ ନେଇ ଆଜି ଏସଆରସି ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସରେ ଓଆରଏସ ଓ ପାଣି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ କଲେଜ ଗୁଡ଼ିକକୁ ଓଆରଏସ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଜଳଭାବା ଅଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା କରାଯିବ । ବସଷ୍ଟାଣ୍ଡ ଓ ପୌର ପରିଷଦ ଅଞ୍ଚଳରେ ପାନୀୟ ଜଳ ସେବା ଯୋଗାଇ ଦିଆଯିବ । ସ୍କୁଲ କଲେଜ ଖୋଲା ରହୁଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଗ୍ରୀଷ୍ମପ୍ରବାହ ଜନିତ ଅସୁସ୍ଥତାକୁ ନେଇ ସଚେତନତା କରାଯିବ । ନଳକୂପ ଓ ପାଇପ ପାଣିର ଅସୁବିଧା ଥିଲେ ତୁରନ୍ତ ପଦକ୍ଷେପ ନିଆଯିବ । ନଳକୂପ ଖରାପ ଥିଲେ ତୁରନ୍ତ ମରାମତି କରାଯିବା ବନ୍ଦୋବସ୍ତ କରାଯାଇଛି । ତେଣୁ ଏଣିକି ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ସକାଳ ସମୟରେ ଖୋଲା ରହିବ । ଏହାର ତଦାରଖ କରିବା ପାଇଁ ଜିଲ୍ଲାପାଳମାନେ ଏକ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେବେ ବୋଲି ଏସଆରସି ଚିଠିରୁ ଜଣାପଡିଛି ।





