Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

IND vs NZ: ଭାରତର ସମ୍ମାନ ରଖିଲେ ଶ୍ରେୟସ- ପାଣ୍ଡ୍ୟା

by ସଞ୍ଜୟ ସ୍ୱାଇଁ
March 2, 2025
in NATIONAL NEWS, Sports, WORLD
IND vs NZ: ଭାରତର ସମ୍ମାନ ରଖିଲେ ଶ୍ରେୟସ- ପାଣ୍ଡ୍ୟା
93
VIEWS
Share on FacebookShare on Twitter

ଦୁବାଇ, (ବାଘୁଆବାର୍ତ୍ତା): ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରି ପାରିଛି। ଶ୍ରେୟସ ଆୟର ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପଯୋଗୀ ୪୫ ରନ କରିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୧୫ ରନ ସ୍କୋରରେ ଶୁଭମନ ଗିଲ୍(୨ ରନ) ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ହେଁ ପୁଣି ୧୫ ରନ କରି ନିରାଶ କରିଥିଲେ। ବିରାଟ କୋହଲି(୧୧) କିଓ୍ଵି ଫିଲଡରଙ୍କ ଚମତ୍କାର ଫିଲ୍ଡିଂ ଦ୍ଵାରା କ୍ୟାଚ୍ ଆଉଟ୍ ହୋଇଥିଲେ। ୩୦ ରନରେ ପ୍ରଥମ ୩ ବ୍ୟାଟରଙ୍କୁ ହରାଇ ମୁସ୍କିଲରେ ଥିବା ଭାରତର ଇନିଂସକୁ ଶ୍ରେୟସ ଆୟର ଓ ଅକ୍ଷର ପଟେଲ୍ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୯୮ ରନ ଯୋଡ଼ିଥିଲେ। କ୍ରିଜରେ ଜମି ଆସିଥିବା ଏହି ଯୋଡ଼ିକୁ ଭାଙ୍ଗିଥିଲେ ରଚିନ ରବୀନ୍ଦ୍ର। ଅକ୍ଷର ପଟେଲ୍ ୬୧ ବଲରୁ ୩ ଚୌକା ଓ ୧ ଛକା ଜରିଆରେ ୪୨ ରନ କରିଥିଲେ। ଏହା ପରେ ଭାରତ ପୁଣି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରି ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତାଙ୍କ ପରେ କେଏଲ ରାହୁଲ ୨୩ ରନ କରି ପାଭିଲିୟନ ଫେରିଥିଲେ। ରବୀନ୍ଦ୍ରା ଜାଡ଼େଜା ୧୬ ରନ କରିଥିଲେ। ନିମ୍ନ କ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରିଥିଲେ। ସେ ୪୫ ରନର ଇନିଂସ ଖେଳିବାରୁ ଭାରତ ୨୫୫ ରନ କରି ପାରିଛି। ବୋଲିଂରେ ମାଟ୍ ମ୍ୟାଟ୍ ହେନରୀ ୮ ଓଭରରେ ୪୨ ରନ ଦେଇ ୫ ସଫଳା ହାସଲ କରିଛନ୍ତି। କାଇଲ ଜେମିସନ, ଓ୍ଵିଲିୟମ ଓରୁରକି , ମିଚେଲ୍ ସାଣ୍ଟନର ଓ ରଚିନ ରବୀନ୍ଦ୍ର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!