ନୟାଗଡ଼,(ବାଘୁଆବାର୍ତ୍ତା): ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ନରି ନାୟକଙ୍କ ଚପଲ ତାଙ୍କ ଝିଆରୀ ମମତା ନାୟକ(୨୩) ଛିଣ୍ଡାଇ ଦେଇଥିବା ନେଇ ଦୋଷାରୋପ କରିଥିଲେ । ଏପରିକି ମମତା ଏହାକୁ ଅଶ୍ୱୀକାର କରିବାରୁ ନରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ । ଏନେଇ ମମତା ଗଣିଆ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିବା ଜଣାଯାଇଛି । ମମତାଙ୍କ ଅଭିଯୋଗ କ୍ରମେ ୧୫/୨୧ ଏକ ମାମଲା ରୁଜୁ କରାଯିବା ତଦନ୍ତ ଚାଲିଥିବା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।





