Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋପୀନାଥ ମନ୍ଦିରରୁ ଚୋରୀ, ଅଳଙ୍କାର ଲୁଟ

by ସଞ୍ଜୟ ସ୍ୱାଇଁ
March 1, 2025
in Breaking, Nayagarh
ଗୋପୀନାଥ ମନ୍ଦିରରୁ ଚୋରୀ, ଅଳଙ୍କାର ଲୁଟ
629
VIEWS
Share on FacebookShare on Twitter

ନୟାଗଡ଼: (ବାଘୁଆବାର୍ତ୍ତା): ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଲୁଟ ପରେ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଗତକାଲି ରାତିରେ ଚୋରୀ ହୋଇଛି। ଜଣେ ଦୃର୍ବୁତ୍ତ ମୁଖା ପିନ୍ଧି ରାତି ୨ ଟା ସମୟରେ ମନ୍ଦିରରେ ପଶିଥିଲା। ହାତରେ ଲୁହା ରଡ ଧରିଥିଲା। ସିସିଟିଭି ଫୁଟେଜରୁ ଦୃର୍ବୁତ୍ତ ମନ୍ଦିରରେ ପଶିବା ଦେଖା ଯାଇଛି। ଗୋପୀନାଥ ଜୀଉଙ୍କ ନାକ ବସଣି, ଚିତା ଏବଂ ପୂଜକଙ୍କ ବାକ୍ସରୁ କିଛି ଟଙ୍କା ମଧ୍ୟ ଚୋରୀ ହୋଇଛି। ମନ୍ଦିର ତାଲା ଭାଙ୍ଗି ଦୃର୍ବୁତ୍ତ ଭିତରେ ପଶି ଠାକୁରଙ୍କ ସିଂହାସନ ଉପରେ ଚଢ଼ିଛି। ଠାକୁର ପିନ୍ଧିଥିବା ଅଳଙ୍କାର ଲୁଟ ହୋଇଛି। ଆଜି ସକାଳୁ ମନ୍ଦିର ପୂଜକ ପରମାନନ୍ଦ ଦାଶ ନୀତି କରିବାକୁ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖବରପାଇ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ସଦଳବଳେ ମନ୍ଦିରରେ ପହଞ୍ଚି ଛାନଭିନ କରିଛନ୍ତି। ଦୃର୍ବୁତ୍ତ ପ୍ରଥମେ ଦକ୍ଷିଣକାଳି ମନ୍ଦିରରେ ପଶିବାକୁ ଚେଷ୍ଟା କରିଛି। ବିଫଳ ହେବା ପରେ ଗୋପୀନାଥ ମନ୍ଦିରରୁ ଲୁଟ କରିଛି। ନୟାଗଡ଼ ଜିଲ୍ଲାରେ ବାରମ୍ବାର ମନ୍ଦିରରୁ ଚୋରୀ ହୋଇଛି। ବଡ଼ପଣ୍ଡୁସର ଉଗ୍ରେସ୍ୱର ମନ୍ଦିର, ଓଡ଼ଗାଁ ଦୂତିକେଶ୍ୱର ମନ୍ଦିର, ନୟାଗଡ଼ ଜଗନ୍ନାଥ ମନ୍ଦିର ପରେ ଆଜି ଚତୁର୍ଥ ପର୍ଯ୍ୟାୟରେ ଗୋପୀନାଥ ମନ୍ଦିରରୁ ଲୁଟ ହୋଇଛି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!