ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଜିଲ୍ଲା ପରିଷଦର ନବମ ସାଧାରଣ ଅଧିବେଶନ ଜିଲ୍ଲା ପରିଷଦ ସୃଜନ ଗୃହରେ ଅନୁଷ୍ଠିତ ହୋଇଥିଲା । ଅଧିବେଶନର ଆଲୋଚନା ସମୟରେ ଗତ କାଲିର ଘଟଣାକୁ ନେଇ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଓ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ିଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ଗତ କାଲି ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ବାର୍ଷିକ ଉତ୍ସବ ପାଳନକୁ ନେଇ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଏବଂ ବାଚସ୍ପତିଙ୍କ ମଧ୍ୟରେ ବାକ ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା । ବ୍ଲକ ଅଧ୍ୟକ୍ଷା କିଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ସେଥି ନିମନ୍ତେ କ୍ଷୋଭ ପ୍ରକାଶ କରିଥିଲେ । ଡାକ୍ତରଖାନା ପରିସର ମଧ୍ୟରେ ସଭା ସମିତି କରାଗଲେ ରୋଗୀ ମାନଙ୍କର ଅନେକ କ୍ଷତି ପହଞ୍ଚିବ ବୋଲି ପ୍ରକାଶ କରିଥିଲେ । ଯଦି କାର୍ଯ୍ୟକ୍ରମ କରାଯାଇଛି କାହିଁକି ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ବାଚସ୍ପତି ଏହି ଘଟଣାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ।





