ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଜିଲ୍ଲା ପରିଷଦର ନବମ ସାଧାରଣ ଅଧିବେଶନ ଆଲୋଚନା ପର୍ବ ଆରମ୍ଭରୁ ଜିଲ୍ଲା ପରିଷଦ ମାନେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବୈଠକ ଆଲୋଚନା ପର୍ବ ଆରମ୍ଭରୁ ଜିଲ୍ଲା ପରିଷଦ ସଦସ୍ୟ ସଂଯୁକ୍ତା ପଢ଼ିଆରୀଙ୍କ ପ୍ରଶ୍ନରେ ଓଡ଼ଗାଁ ବିଡିଓ ବେପରୁଆ ଉତ୍ତର ରଖିବାକୁ ନେଇ ସଦସ୍ୟମାନେ ପ୍ରବଳ ଅସନ୍ତୋଷ ବ୍ୟକ୍ତି କରିଥିଲେ । ଏହାକୁ ନେଇ ବୈଠକ ପରିତ୍ୟାଗ କରି ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଥିଲେ । ଅଧିବେଶନରେ ହେଉଥିବା ଆଲୋଚନାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉନଥିବା । ଜନପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ବରିଷ୍ଠ ସଦସ୍ୟ ରାମେଶ୍ୱର ଶତପଥିଙ୍କ ସମେତ ଅନେକ ସଦସ୍ୟ ଧାରଣା ଦେବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଧାରଣା ସ୍ଥଳକୁ ଯାଇ ବୁଝାଶୁଝା କରିଥିଲେ । ବିଡିଓଙ୍କ ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରାଉତ ଭୁଲ ମାଗିଥିଲେ ।





