ନୟାଗଡ଼, (ବାଘୁଆବାର୍ତ୍ତା): ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ରାଜ୍ୟ ସ୍ତରୀୟ କିଶୋରୀ – କିଶୋର ସମାବେଶ ୨୭-୨୮ ଫେବୃୟାରୀ ୨୦୨୫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇଛି । ବକୃତା ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିଥିଲେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ୨ୟ ବର୍ଷ ଛାତ୍ରୀ ବିଦ୍ୟାବିଜିତା ମହାନ୍ତି । ଓଡିଶାର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରତିଯୋଗି ମାନଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡିଶାରେ ବିଦ୍ୟାବିଜିତା ମହାନ୍ତି ଦ୍ୱିତୀୟ ସ୍ଥାନ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ନଗଦ ଅର୍ଥ ରାଶି ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ମହିଳା ଓ ଶିଶୁ ବିକାଶର ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନେ ଉକ୍ତ ସଭାରେ ଉପସ୍ଥିତ ଥିଲେ । ବିତର୍କ ପ୍ରତିଯୋଗିତାର ବିଷୟ ଥିଲା “ନାରୀ ଓ ପୁରୁଷଙ୍କ ସହଭାଗିତାରେ ସୁସ୍ଥ ସମାଜ ଗଠନ ସମ୍ଭବ କି” ? ଏହାର ସପକ୍ଷରେ ମତାମତ ରଖିଥିଲେ ବିଦ୍ୟାବିଜିତା । ଏହି କୃତିତ୍ୱ ପାଇଁ ସର୍ବସାଧାରଣ ତଥା ଜନ ସାଧାରଣଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।






