ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମହାମାରୀ କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ଜଣାପଡିଛି । ଦ୍ୱିତୀୟ ପର୍ଯ୍ୟାୟରେ ବରଷ୍ଠିମାନଙ୍କୁ କରୋନା ଟିକା ମାର୍ଚ୍ଚ ପହିଲାରୁ ଦିଆଯିବ । ଏନେଇ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଚିଠି କରିଥିବା ବେଳେ ଓଡ଼ିଶା ସରକାର ତାହାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏବଂ ଏନେଇ ରାଜ୍ୟ ସରକାର ମଧ୍ୟ ଗାଇଡଲାଇନ ଜାରି କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧରକାରୀଙ୍କୁ ଚିଠି କରିଛନ୍ତି ପ୍ରଦୀପ୍ତ ମହାପାତ୍ର । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ, ସପ୍ତାହକୁ ୫ଦିନ ଟିକା ଦିଆଯିବ । ଜିଲ୍ଲା ହସ୍ପିଟାଲ, ପିଏଚସି ଓ ସିଏସସିରେ ଟିକାକରଣ କରାଯିବ । ଏବଂ ମେଡିକାଲ କଲେଜ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବା ସହିତ ପ୍ରତି ବ୍ଲକ ଓ ପୌରା ଳରେ ୬ରୁ ୭ଟି ଭ୍ୟାକ୍ସିନେସନ ଟିମ୍ ରହିବେ । ଏବଂ ଟିକାକରଣ ସମୟରେ ନିୟୋଜିତ ଥିବା ଏଏନଏମମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରୁ ନିବୃତ୍ତ କରାଯାଇଛି ।





