ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ନବମ ସାଧାରଣ ଅଧିବେଶନ ଗୁରୁବାର ଅନଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବି ଡି ଓ ଅମୃତ କୁମାର ରାହୁଳ , ୧୭ ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରତିମା ଦଳବେହେରା ,ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, କନ୍ଧମାଳ ସାସଂଦଙ୍କ ନୂଆଗାଁ ବ୍ଲକ ପ୍ରତିନିଧୀ ଭୀମସେନ ସେଠୀ, ୨୨ଟି ପଞ୍ଚlୟତର ସରପଂଚ ସମିତି ସଭ୍ୟ/ସଭ୍ୟା ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ , ସାମାଜିକ କଲ୍ୟାଣ , ପାନୀୟ ଜଳ, କୃଷି, ଉଦ୍ୟାନ କୃଷି, ପଶୁ ସମ୍ପଦ, ବିଦ୍ୟୁତ,ରାସ୍ତାଘାଟ ଆଦିର ଉନ୍ନତିକରଣ ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଅଧାପନ୍ତରିଆ ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରାଯିବା ସହ ଅନେକ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ମାନଙ୍କ ଗୋଟିଏ ପ୍ରଶ୍ନ ଥିଲା ଯେ ଆରମ୍ଭ ହୋଇଥିବା କାମ ଗୁଡିକ ଆରମ୍ଭ ନ ହୋଇଛି ବୋଲି ଦର୍ଶାଇ କାମକୁ କାହିଁକି ବନ୍ଦ କରାଗଲା ବୋଲି ପ୍ରଶାସନ କୁ ପ୍ରଶ୍ନ କରିଥଲେ। ପ୍ରତିଉତର ପାଇଁ ପ୍ରଶାସନ ପାଖରେ ଉତ୍ତର ନଥିଲା। ଯାହା ଫଳରେ ପ୍ରାୟ ଏକ ଘଣ୍ଟା ହୋ ହଲା ହୋଇଥିଲା।ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ବୈଠକ ରୁ କାପ୍ତା ପଲ୍ଲୀ ସରପଞ୍ଚ ସାରସ ଧର ସାହୁ, ଖଣ୍ଡୁଗାଁ ସରପଞ୍ଚ ଯୁଗଳ କିଶୋର ସାହୁ ଙ୍କ ସମେତ ଅନେକ ସଦସ୍ୟ ଗୃହ ରୁ ବାହାରକୁ ଚାଲି ଆସିଥିଲେ। ସାରସ ଧର ସାହୁ କହି ଆସିଥିଲେ ଯେ ସମସ୍ତ ପ୍ରଶ୍ନ ର ଉତ୍ତର ରଖି ଆଉ ଗୋଟିଏ ସମିତି ବୈଠକ ରଖାଯାଉ ବୋଲି ପ୍ରଶାସନକୁ କହିଥିଲେ । ଖୁବ ଶୀଘ୍ର ଡି ସି ଓ ଙ୍କ ସହ କଥା ବାର୍ତ୍ତା କରି ଏହାର ସମାଧାନ କରିବେ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେବା ପରେ ଗୃହ ଆରମ୍ଭ ହୋଇଥଲା। ପରିମଳ ଓ ପାନୀୟ ଜଳ ଯୋଗାଣ ଆଲୋଚନା ହେବା ସମୟରେ ସାଂସଦ ଙ୍କ ପ୍ରତିନିଧି ଗତ ସରକାର ସମୟରେ ସମସ୍ତ କାର୍ଯ୍ୟକ୍ରମ ରେ ଟଙ୍କା ହଡ଼ପ କରିଛ ଏବଂ ସମସ୍ତଙ୍କ କଥା ବୁଝାହେବ ବୋଲି କହିଥିଲେ।ଏହାର ଜବାବରେ ସମସ୍ତ ଜନ ପ୍ରତିନିଧି ସାଂସଦ ପ୍ରତିନିଧିଙ୍କ ବକ୍ତବ୍ୟକୁ ନେଇ ଗୃହ କିଛି ସମୟ ପାଇଁ ବନ୍ଦ ହୋଇଥଲା।ଶେଷରେ ଏଭଳି ବାକ୍ତବ୍ୟକୁ ନେଇ ବ୍ଲକ୍ ଉପାଧ୍ୟକ୍ଷ ଏବଂ ସାଂସଦ ଙ୍କ ପ୍ରତିନିଧି ଗୃହକୁ କ୍ଷମା ପ୍ରାର୍ଥନା କରିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥଲା।ଆସନ୍ତା ମାସରେ ହେବାକୁ ଥିବା ନୂଆଗାଁ ମହୋତ୍ସବ ସମ୍ପର୍କରେ ସରପଞ୍ଚ,ସମିତି ସଭ୍ୟ ସଭ୍ୟା ମାନେ ଆଲୋଚନା କୁ ଆଣିଥିଲେ।ନୂଆଗାଁ ବ୍ଲକ୍ ରେ ଗୋଟିଏ ମହୋତ୍ସବ ହେଉଥିବା ବେଳେ ଅନ୍ୟ ଗୋଟିଏ ମହୋତ୍ସବ କରିବା ତାହା ପୁଣି +୨ ପରୀକ୍ଷା ଚାଲିଥିବା ବେଳେ କଲେଜ ସମ୍ମୁଖରେ କରିବା ଏହା କେତେଦୂର ଠିକ୍ ବୋଲି ବିଡ଼ିଓ ଙ୍କୁ ପ୍ରଶ୍ନ କରିଥିଲେ।ଏହାର ଉତ୍ତର ଦେଇପାରିନଥିଲେ ବିଡ଼ିଓ।ଦୁଇଟି ମହୋତ୍ସବ ହେବା ଦ୍ବାରା ନୂଆଗାଁ ବ୍ଲକ୍ ର ଜନ ସାଧାରଣଙ୍କ ମଧ୍ୟରେ ଥିବା ଭାଇଚାରା ନଷ୍ଟ ହେଉଛି ଓ ଠିକ୍ ନୁହେଁ ବୋଲି ସଦସ୍ୟ ମାନେ କହିଥିଲେ। ପ୍ରତିଟି ବିକାଶ ମୂଳକ କାର୍ଯ୍ୟ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଧାୟକ ଶ୍ରୀ ବେହେରା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l





