Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାପାଳଙ୍କ ବିଦ୍ୟାଳୟ ପରିଦର୍ଶନ, ପଚାରି ବୁଝିଲେ ଭଲମନ୍ଦ

by ସଞ୍ଜୟ ସ୍ୱାଇଁ
February 27, 2025
in Nayagarh, State
ଜିଲ୍ଲାପାଳଙ୍କ ବିଦ୍ୟାଳୟ ପରିଦର୍ଶନ, ପଚାରି ବୁଝିଲେ ଭଲମନ୍ଦ
436
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | ସ୍ୱତନ୍ତ୍ର ଭାବେ ନୟାଗଡ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଶିକ୍ଷା ବିଭାଗକୁ ସବୁବେଳେ ଗୁରୁତ୍ୱ ଦେଇ ଶିକ୍ଷାର୍ଥୀମାନଙ୍କର କିପରି ଉନ୍ନତି ହେବ ସେ ଦିଗରେ ପଦକ୍ଷେପ ନେଇ ଥାନ୍ତି | ବିଦ୍ୟାଳୟର ନବମ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କିଭଳି ଭାବେ କମ୍ପ୍ୟୁଟର କ୍ଷେତ୍ରରେ ପାରଦର୍ଶିତା ହାସଲ ସାମ୍ପ୍ରତିକ ଯୁଗରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ସେଥିପାଇଁ ଉଚ୍ଚ ବିଦ୍ୟାଳୟଗୁଡିକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାଇଲଟ ନାମକ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯାଉଛି |

ସେହିଭଳି ନବ ବର୍ଷରେ ଫୁଲତୋଡ଼ା, ଡାଏରୀ ନ ଦେଇ ଏହା ବଦଳରେ ଖାତା, ପେନ, ବହି ଭଳି ବିଭିନ୍ନ ପାଠ୍ୟ ଉପକରଣ ଦେବା ପାଇଁ ଜିଲ୍ଲପାଳ ଶ୍ରୀ ଅଗ୍ରୱାଲ ବାର୍ତ୍ତା ଦେଇଥିଲେ | ନବ ବର୍ଷରେ ମିଳିଥିବା ପାଠ୍ୟ ଉପକରଣଗୁଡିକୁ ମଧ୍ୟ ଜିଲ୍ଲାପାଳ ମହୋଦୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଛନ୍ତି | ଆଜି ରଣପୁର ବ୍ଲକ କୋଟଗଡ଼ ଆଶ୍ରମ ବିଦ୍ୟାଳୟକୁ ଜିଲ୍ଲାପାଳ ମହୋଦୟ ପରିଦର୍ଶନରେ ଆସି ପିଲାମାନଙ୍କ ଭଲମନ୍ଦ ବୁଝିଵା ସହିତ ବିଦ୍ୟାଳୟର ଆବଶ୍ୟକତା ସମ୍ବନ୍ଧରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଆଲୋଚନା କରିଛନ୍ତି | ପିଲାମାନଙ୍କୁ ପାଠ ପଢ଼ାରେ ମନ ଦେବା ପାଇଁ ଉପଦେଶ ଦେଇଥିଲେ | ବିଦ୍ୟାଳୟ ରୋଷେଇ କାର୍ଯ୍ୟରେ ଗ୍ୟାସ ବ୍ୟବହାର କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!