Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଣାଇଁ ବନଖଣ୍ଡରେ ସକ୍ରିୟ ୬ ଆନ୍ତଃଜିଲା ଶିକାରୀ ଗିରଫ

by ସଞ୍ଜୟ ସ୍ୱାଇଁ
February 27, 2025
in Crime, State
ବଣାଇଁ ବନଖଣ୍ଡରେ ସକ୍ରିୟ ୬ ଆନ୍ତଃଜିଲା ଶିକାରୀ ଗିରଫ
56
VIEWS
Share on FacebookShare on Twitter

ବଣାଇଁ, (ବାଘୁଆବାର୍ତ୍ତା): ଦୀର୍ଘଦିନ ଧରି ବଣାଇଁ ବନଖଣ୍ଡ ଅଞ୍ଚଳରେ ସକ୍ରୀୟ ଥିବା ଶିକାରୀଙ୍କ ଉପରେ ଟ୍ରାକିଂ ଜାରି ରଖି ପରିଶେଷରେ ବିଭାଗକୁ ମିଳିଛି ଉଲ୍ଲେଖନୀୟ ସଫଳତା l ପ୍ରାୟ ଦେଢମାସ ହେବ ବଣାଇଁ ବନଖଣ୍ଡ ଅଞ୍ଚଳରେ ବନ୍ୟ ପ୍ରାଣୀ ଶିକାରୀଙ୍କ ଗତିବିଧି ବୃଦ୍ଧି ପାଇବା କାରଣରୁ ବିଭାଗ ପ୍ରାୟ ଏକ ମାସ ଧରି ଟ୍ରାକିଂ ଚଳାଇଥିଲା l ସୁ-ସମନ୍ଵିତ ସନ୍ଧାନ କ୍ରମେ ଗୁରୁବାର ସକାଳ ସମୟରେ ବନଖଣ୍ଡର ବଣାଇଁ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ, ଜର୍ଡା ବନାଞ୍ଚଳ ଅଧିକାରୀ କୈଳାସ କିଷାନଙ୍କ ନେତୃତ୍ଵରେ ଏକ ୩୫ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଭିନ୍ନ ଭିନ୍ନ ସ୍ଥାନରୁ ପାଞ୍ଚଟି ଦେଶୀ ବନ୍ଧୁକ, ଦୁଇଟି ମାଙ୍କଡ଼ ଚମଡା, ଦୁଇଟି କୁଟୁରା ଶିଙ୍ଘ, ଶିକାର ଫାଶ, ଆଠ’ଟି ଧନୁ ତୀର, ବ୍ୟାପକ ବାରୁଦ, ଅଫୁଟା ଗୁଳି, ମୟୁର ପୁଚ୍ଛ, ଝିଙ୍କ କାଠି, ଦୁଇଟି ମୋବାଇଲ, ଓ ଗୋଟିଏ ବାଇକ ଜବତ କରାଯାଇଛି l ଏହି ଶିକାରରେ ସମ୍ପୃକ୍ତ ତଥା ପୁଣି ଶିକାର ପାଇଁ ଯୋଜନା ଚଳାଇଥିବା ଥିବା ୬ ଜଣ ଙ୍କୁ ବନବିଭାଗର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଛି l ଗିରଫ ଶିକାରୀମାନେ ହେଲେ ରାଜକୁମାର ପ୍ରଧାନ, ରମଣୀ ରଞ୍ଜନ ପାତ୍ର, ଶରତ ନାଏକ, ଭୀମ କିଷାନ, ନାରାୟଣ ହସ୍ତୀ ଓ ବିଶ୍ଵନାଥ ହସ୍ତୀ l ଏମାନଙ୍କ ଘର ସୁନ୍ଦରଗଡ଼ ଜିଲାର ଜର୍ଡା, ସୋଲ ସମେତ ସମ୍ବଲପୁର ଜିଲ୍ଲା ର କିଛି ଅଞ୍ଚଳର ବୋଲି ସୂଚନା ମିଳିଛିl ଖବରଦାତା ସମ୍ମିଳନୀରେ ବଣାଇଁ ଡିଏଫଓ ଲଳିତ କୁମାର ପାତ୍ର ସମ୍ପୃକ୍ତ ଶିକାରୀ ମାନେ ଆନ୍ତଃ ଜିଲା ଅପରାଧି ଓ ଆଗକୁ ଆହୁରି ଅନେକ ଘଟଣାରେ ବନବିଭାଗକୁ ସଫଳତା ମିଳିବାକୁ ଯାଉଥିବା ନେଇ ପ୍ରାକ୍ ସୂଚନା ଦେଇଛନ୍ତି l ଗିରଫ ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିଏଫ୍ ଲଳିତ କୁମାର ପାତ୍ର ସ୍ପଷ୍ଟ କରିଛନ୍ତି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!