ନୟାଗଡ଼,(ବାଘୁଆବାର୍ତ୍ତା): ପଡ଼ୋଶୀ ମଧ୍ୟରେ ପଡ଼ୋଶୀ ଝଗଡ଼ା ଲାଗି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗଣିଆ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଗଣିଆ ବଜାରର ସୁଦସାହିରେ ମମତା ମାହୁନ୍ତ ବସବାସ କରନ୍ତି । ଆଜି ଅପରାହ୍ନ ସମୟରେ ମମତା ମାହୁନ୍ତ ଘରେ ଥିବା ବେଳେ ପଡ଼ୋଶୀ ଭାବେ ବସବାସ କରୁଥିବା ଅକ୍ଷୟ ଦାସ ହଠାତ୍ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାଫଳରେ ଉଭୟଙ୍କ ଭିତରେ ଝଗଡ଼ା ଲାଗି ରହିଥିଲା । ଶେଷରେ ମମତା ନିରାସ ହୋଇ ଗଣିଆ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଭିତିକରି ଥାନାରେ ଏକ ମାମଲା ଋଜୁକରି ତଦନ୍ତ ଆରମ୍ଭ ହୋଇଥିବା ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।





