Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଶନଶକ୍ତିକୁ ପଙ୍ଗୁ କରି ଦେଇଛନ୍ତି ସରକାର

by ସଞ୍ଜୟ ସ୍ୱାଇଁ
February 25, 2025
in Feature News
ମିଶନଶକ୍ତିକୁ ପଙ୍ଗୁ କରି ଦେଇଛନ୍ତି ସରକାର
47
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମିଶନ୍‌ ଶକ୍ତି କେବଳ ଏକ ବିଭାଗ ନୁହେଁ, ଏହା ଏକ ସମୂହ; ଏଥିରେ ବିଶ୍ୱ ଏବଂ ଦେଶର ବହୁ ସଂସ୍ଥା ଜଡିତ ଅଛନ୍ତି। ଗାଁ ଓ ସହରର ମହିଳାମାନେ ଏଥିରେ କାମ କରୁଛନ୍ତି। ମିଶନ୍‌ ଶକ୍ତି ବନ୍ଦ ହେବ ନାହିଁ ବରଂ ଆଗକୁ ଆଗକୁ ଦୌଡ଼ିବ। ୨୦୨୪ ଜୁନ୍‌ ମାସରେ ରାଜ୍ୟରେ ବିଜେପି ସରକାର ଗଠନ ପରେ ଏପରି କହିଥିଲେ ବିଭାଗୀୟ ମନ୍ତ୍ରୀ । ମାତ୍ର ୮ଟା ମାସ ଯାଇ ନାହିଁ, ଶିକୁଳି ପକାଇ ମିଶନଶକ୍ତିକୁ ପଙ୍ଗୁ କରି ଦେଇଛନ୍ତି ସରକାର। ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର ବରାଦ କରିଥିବା ଅର୍ଥରୁ ଏଯାଏ ୨୫% ବି ଖର୍ଚ୍ଚ ହୋଇ ପାରିନାହିଁ, ଅନ୍ୟପକ୍ଷରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ ବି ବୃଦ୍ଧି କରାଯାଇ ନାହିଁ। ଯାହାକୁ ନେଇ ମିଶନଶକ୍ତିର ମହିଳାମାନେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ରାଜ୍ୟରେ ବିଜେପି ସରକାର ଶାସନ ଭାର ହାତକୁ ନେବା ପରେ ପୂର୍ବ ସରକାରଙ୍କର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଥିଲେ। ତେବେ ସମସ୍ତଙ୍କ ନଜର ରହିଥିବା ମିଶନ୍‌ ଶକ୍ତି ବିଭାଗରେ ସରକାର କିଛି ଏପାଖ ସେପାଖ କରି ନଥିଲେ। ପ୍ରତ୍ୟକ୍ଷ ଭାବେ ୭୦ ଲକ୍ଷ ମହିଳା ଜଡିତ ଥିବା ଏହି ବିଭାଗକୁ ନୂଆ ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହ ଗ୍ରହଣ କରି ଆଗକୁ ବଢ଼ାଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କଲେ। କିନ୍ତୁ ଗତ ୮ ମାସ ମଧ୍ୟରେ ମିଶନ୍‌ ଶକ୍ତି ପାଦେ ଆଗକୁ ତ ବଢ଼ିଲା ନାହିଁ, ଓଲଟି ଦଶପାଦ ପଛକୁ ଚାଲି ଯାଇଥିବା ଅଭିଯୋଗ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଶନ୍‌ ଶକ୍ତି ବିଭାଗକୁ ୨୭୬୧ କୋଟି ଟଙ୍କା ଦେଇଥିଲେ। ଏଥିରୁ କାର୍ଯ୍ୟକ୍ରମ ବ୍ୟୟ ପାଇଁ ରହିଥିଲା୨୭୫୭ କୋଟି ଟଙ୍କା। ବିଡ଼ମ୍ବନା ହେଉଛି ବଜେଟ୍‌ରେ ବରାଦ ଅର୍ଥ ମଧ୍ୟରୁ ଏଯାଏ କାର୍ଯ୍ୟକ୍ରମ ବ୍ୟୟ ବାବଦ ଅର୍ଥରୁ ୨୦୦୦ କୋଟିରୁ ଊର୍ଦ୍ଧ୍ବ ଅର୍ଥ ଖର୍ଚ୍ଚ ହୋଇ ନାହିଁ। ଆଗାମୀ ଆର୍ଥିକ ବର୍ଷ ପାଇଁ ପୂର୍ବବର୍ଷଠାରୁ ମାତ୍ର ୧୨ କୋଟି ଟଙ୍କା ଅଧିକ ବରାଦ ହୋଇଛି । ଯେଉଁଥିରୁ ୨୭୭୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ବରାଦ ରହିଛି। ମାତ୍ର ଏହି ଅର୍ଥ ଖର୍ଚ୍ଚ ହୋଇପାରିବ କି ନାହିଁ, ତାହାକୁ ନେଇ ଏବେଠାରୁ ସନ୍ଦେହ ସୃଷ୍ଟି ହୋଇଛି। ସାଧାରଣତଃ ପାଣ୍ଠି ବ୍ୟୟରେ ଆଗୁଆ ରହୁଥିବା ମିଶନ୍‌ ଶକ୍ତି ବିଭାଗ ଏବେ ସବୁଠାରୁ ପଛରେ ପଡିଯାଇଛି। ମହିଳାମାନେ ନିଜେ କିଛି କରିବା ପାଇଁ ମିଶନ୍‌ ଶକ୍ତି ବିଭାଗ ଜରିଆରେ ଆର୍ଥିକ ସହାୟତା ପାଇଥାଆନ୍ତି। ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ପାଣ୍ଠି ଖର୍ଚ୍ଚ ହୁଏ। ତେଣୁ ଟଙ୍କା ଖର୍ଚ୍ଚ ହୋଇଥିଲେ ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ପ୍ରଦାନ, ବଜାର ଗୃହ, କାଫେ ଭଳି ଭିତ୍ତିଭୂମି ନିର୍ମାଣ ଆଗକୁ ବଢ଼ିପାରିଥାନ୍ତା। ଉତ୍ପାଦ ଗୁଡିକୁ ବଜାରରେ ପହଞ୍ଚାଇବା ସହ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ବିଭାଗ ଉପରେ ରହିଛି। ସେହିପରି ସହର ଓ ଗ୍ରାମାଞ୍ଚଳର ଆର୍ଥିକ ସମୃଦ୍ଧି ଦିଗରେ ଜୀବିକା ମିଶନ୍‌ କାର୍ଯ୍ୟାନ୍ୱୟନ ମଧ୍ୟ ବିଭାଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତ୍ର କୌଣସି କାର୍ଯ୍ୟ ହୋଇ ପାରିନାହିଁ । ବିଭାଗ, ବିଭାଗର ଅଧିକାରୀ ଓ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଏବେ ମିଶନଶକ୍ତିକୁ ଚଳତ୍‌ଶକ୍ତିହୀନ କରି ଦେଇଛି। ଅନେକ ପ୍ରକଳ୍ପ ଏବେ ବନ୍ଦ ହୋଇ ରହିଛି ଏବଂ ଆଉ କିଛି ଟେଣ୍ଡର ପ୍ରକ୍ରିୟା ମଧ୍ୟରେ ଅଟକିଛି। କାମରେ ମନ୍ଥରତା ପାଣ୍ଠି ବ୍ୟୟରେ ଏହି ସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଇଛି। ୨୦୦୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ମିଶନ୍‌ ଶକ୍ତି ଅଭିଯାନ ଆଜି ମହାଦ୍ରୁମରେ ପରିଣତ ହୋଇଛି। ରାଜ୍ୟର ପ୍ରତ୍ୟକ୍ଷ ଭାବରେ ୭୦ ଲକ୍ଷ ଓ ପରୋକ୍ଷରେ ପ୍ରାୟ ୩୦ ଲକ୍ଷ ମହିଳା ମିଶନଶକ୍ତି ସହ ଜଡ଼ିତ। ମିଶନଶକ୍ତି କେବଳ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିନାହିଁ, ପକ୍ଷାନ୍ତରେ ରାଜ୍ୟର ଅର୍ଥନୀତିକୁ ବଡ଼ ବଳ ଦେଇଛି। ଓଡ଼ିଶାର ମିଶନଶକ୍ତିକୁ କେନ୍ଦ୍ର ସରକାରଙ୍କ ସହ ବିଶ୍ୱର ବହୁ ଖ୍ୟାତନାମା ବ୍ୟକ୍ତି ଓ ପ୍ରତିଷ୍ଠାନ ପ୍ରଶଂସା କରିଛନ୍ତି । ଏହା ଅନ୍ୟ ରାଜ୍ୟପାଇଁ ଉଦାହରଣୀୟ ବୋଲି କହିଛନ୍ତି । ମାତ୍ର ପାଦରେ ଲାଗିଥିବା ରାଜନୈତିକ ଶିକୁଳି ଯୋଗୁଁ ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ମିଶନଶକ୍ତି ନିଷ୍କ୍ରିୟ ହେବାରେ ଲାଗିଛି। ଗୋଟିଏ ପଟେ ମିଶନ୍‌ ଶକ୍ତି ପୁନର୍ଗଠନ ନେଇ ଏସ୍‌ଏଚ୍‌ଜି ମହିଳାମାନେ ରାଜରାସ୍ତାରେ ବସିଛନ୍ତି, ଅନ୍ୟ ପଟେ ବିଭାଗର ନିଷ୍କ୍ରିୟତା ଏକ ମହାଦ୍ରୁମକୁ ମୃତ୍ୟୁ ମୁଖକୁ ଠେଲି ଦେବା ନେଇ ଆଶଙ୍କା ସୃଷ୍ଟି କରିଛି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!