କଟକ,(ବାଘୁଆବାର୍ତ୍ତା): ଗଞ୍ଜେଇ ଚେରା ଚାଲାଣ ସମୟରେ ଧରା ହେଲା ଅଭିଯୁକ୍ତ । ଜବତ ହେଲା ନେଉଥିବା ଗଞ୍ଜେଇ ଏବଂ ଗିରଫ ହେଲା ଚୋରା ଗଞ୍ଜେଇ ବ୍ୟବସାୟୀ ପବନା । ଏଭଳି ଏକ ଘଟଣା ଘଟିଛି କଟକ ଚାଉଳିଆଗଞ୍ଜ ଅଞ୍ଚଳରେ । ସୂଚନାନୁସାରେ, ଆଜି ପୁଲିସ ଶିଖରପୁର ସ୍କୁଲ ନିକଟରେ ପ୍ରେଟୋଲିଂ କରୁଥିବା ସମୟରେ ଏକ ଅଟୋ ନଂ (ଓଆର ୦୫ଏପି ୯୩୭୯)ରେ ଦ୍ରୁତଗତିରେ ମାଡି ଆସୁଥିବା ଦେଖି ପୁଲିସ୍ ଅଟକାଇ ଥିଲା । କିନ୍ତୁ ଉକ୍ତ ଅଟୋ ଚାଳକ ଜଣକ ଅଟୋ ରଖିବା ପରିବର୍ତ୍ତେ ପୁଲିସକୁ ଚକମା ଦେଇ ଖସିଯାଇଥିଲା । କିନ୍ତୁ ପୁଲିସ ଅଟୋର ପିଛା କରି ଧରିବାରେ ସକ୍ଷମ ହୋଇଥିଲା । ତେବେ ଅଟୋକୁ ଅଟକାଇ ଯା କଲା ପରେ ଅଟୋରୁ ଗଞ୍ଜେଇ ଜବତ କରିଥିଲା ପୁଲିସ । ୪୧କିଲୋ ଗଞ୍ଜେଇ ଜବତ କରିବା ସହିତ ଅଟୋ ଏବଂ ଅଟୋ ଚାଳକକୁ ଅଟକ ରଖିଥିଲା । ଏବଂ ଅଟୋ ଚାଳକକୁ ପଚରାଉଚରା କରି ଥାନାରେ ୯୬/୨୧ରେ ମାମଲା ଋଜୁ କରି ଅଟୋ ଚାଳକ ତଥା ଚୋରା ଗଞ୍ଜେଇ ବ୍ୟବସାୟୀ ପବନା ଡୋରାକୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଉକ୍ତ ବ୍ୟବସାୟୀ ଜଣକ ଚାଉଳିଆଗଞ୍ଜ ଥାନା ନେହୁରପଲ୍ଲୀ ଅ ଳର ବୋଲି ସୂଚନା ମିଳିଛି । ପେଟ୍ରୋଲିଂ ସମୟରେ ନରେନ୍ଦ୍ର କୁମାର ପରିଡାଙ୍କ ସହିତ ଥାନାର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।





