ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓକିଲ ସଂଘର ୬୫ ତମ ବାର୍ଷିକ ଉତ୍ସବ ନୂତନ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରରେ ଆୟୋଜିତ ସଭାରେ ସଂଘ ସଭାପତି ବୃନ୍ଦାବନ ପଣ୍ଡା ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ସ୍ୱଦେଶ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ନୟାଗଡ଼ ବାରରୁ ଯାଇ ଅନ୍ୟ ସ୍ଥାନରେ ସୁନାମ ଅର୍ଜନ କରିଥିବା ଆଇନଜୀବି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଇନଜୀବି ପ୍ରଣବ କିଶୋର ବିଶୋଇ ଓ ପ୍ରସନ୍ନ କୁମାର ପଢିଆରୀ ପ୍ରମୁଖ ସହଯୋଗ କରିଥିଲେ ।

ଶେଷରେ ବରିଷ୍ଠ ଆଇନଜୀବୀ ତଥା ଉପସଭାପତି ମଦନ ପଣ୍ଡା ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରରେ ଆଇଜୀବୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା । ସଭା ପରେ ଆଇନଜୀବିଙ୍କ ଦ୍ୱାରା ଅଭିନୀତ ସାମାଜିକ ନାଟକ ‘କିଏ କାନ୍ଦି ନାହଁ ହାତ ଟେକ’ ମଞ୍ଚସ୍ଥ ହୋଇଥିଲା । ନାଟକକୁ ସହରବାସୀ ଭରପୁର ଉପଭୋଗ କରିଥିଲେ । ସମସ୍ତ ଦର୍ଶକ ମାନଙ୍କ ମନ ମୋହିଥିଲା ଏହି ନାଟକ ।






