ଢେଙ୍କାନାଳ, (ବାଘୁଆବାର୍ତ୍ତା): ଚିକେନ୍ ପାଇଁ ସ୍ତ୍ରୀକୁ ହତ୍ୟା। ଚିକେନ୍ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଁଦିଆ ଥାନା ଅନ୍ତର୍ଗତ ଧନିଆନାଳି ମୁଣ୍ଡାସାହିରେ। ସ୍ବାମୀ ଶକ୍ତ ଚାପୁଡ଼ା ମାରିବାରୁ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ଯୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ବାମୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।





