କୁସୁମାଞ୍ଜଳି ର ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ରୁ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା ” କୁସୁମାଞ୍ଜଳି” ର ଚତୁର୍ଥ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଡ଼. ପବିତ୍ର କୁମାର ସୁବୁଦ୍ଧି ଏହି ଉତ୍ସବ ରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରେ କହିଥିଲେ ଯେ ପ୍ରକୃତ କବିତା ଅନେକବାର ପାଠକ ଙ୍କୁ ବିମୋହିତ କରେ, ମାତ୍ର ଗୋଟିଏ କବିତା ହଜାର ପାଠକ ଙ୍କ ପାଖରେ ପହଞ୍ଚି ପାରିଲେ ମଧ୍ୟ ସେ ପ୍ରକୃତ କବିତା ପଦବାଚ୍ୟ ନୁହେଁ ।

ଏହି ଉତ୍ସବ ରେ ଡ଼. ଗୀତାଞ୍ଜଳି ମହାପାତ୍ର ଓ ବରିଷ୍ଠ ଶିଶୁ ସାହିତ୍ୟିକା ବସିରନ୍ ବିବି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗୋଲକ ବିହାରୀ ନାୟକ ଏଥିରେ ସଭାପତିତ୍ବ କରିଥିଲେ। କ୍ଷଣପ୍ରଭା କର ଓ ନୀଳମାଧବ ମିଶ୍ର କବିତା ପାଠୋତ୍ସବ ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ।ଏହି ଅବସରରେ କୁସୁମାଞ୍ଜଳୀ ର ଫେବୃୟାରୀ ସଂଖ୍ୟା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ବିଷ୍ଣୁପ୍ରସାଦ ମିଶ୍ର, ଶରତଚନ୍ଦ୍ର ଷଡ଼ଙ୍ଗୀ,ଓ ଅନିତା କର ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।





