Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ବର୍ଷରେ ୧୫୦୦ ବାଇକ୍‌ ଚୋରି

by ସଞ୍ଜୟ ସ୍ୱାଇଁ
February 23, 2025
in Crime, State
୨ ବର୍ଷରେ ୧୫୦୦ ବାଇକ୍‌ ଚୋରି
27
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜଧାନୀରୁ ବାରମ୍ବାର ବାଇକ୍‌ ଚୋରି କରୁଥିବା ୨ ଭାଇ ଖଣ୍ଡଗିରି ଥାନା ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘର ଗାଁଘର ବସନ୍ତ ରାଉତ ଓରଫ ଡାବୁଲା(୨୮) ଓ ତା’ର ଦାଦାପୁଅ ଅଙ୍କିତ ରାଉତ (୨୧)। ମେକାନିକାଲ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା କରି ଓଡ଼ଗାଁରେ ଏକ ଗ୍ୟାରେଜ୍‌ କରିଥିବା ଡାବୁଲା ପୂର୍ବରୁ ମଧ୍ୟ ବାଇକ୍‌ ଚୋରି ଅଭିଯୋଗରେ ଗିରଫ ହୋଇଥିଲା। ଅଙ୍କିତ ଏବେ ଚନ୍ଦକାସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି-ଟେକ୍‌ ପଢ଼ୁଛି। ପୁଲିସ ଦୁଇ ଭାଇଙ୍କଠାରୁ ୯ଟି ଦାମୀ ବାଇକ୍‌ ଜବତ କରିଛି। ଡାବୁଲା ଜଣେ ଭଲ ବାଇକ୍‌ ମେକାନିକ୍‌ ହୋଇଥିବାରୁ ନକଲି ଚାବିରେ ବାଇକ୍‌ ଖୋଲିବା ତା’ ପାଇଁ ବାମ ହାତର ଖେଳ ଥିଲା। ସେହିଭଳି ତା’ର ଗ୍ୟାରେଜ୍‌ ଥିବାରୁ ଚୋରି ବାଇକ୍‌ରୁ ପାର୍ଟସ୍‌ ଖୋଲି ଅନ୍ୟ ବାଇକ୍‌ରେ ଲଗାଇ ସେ ବେଶ୍ ଲାଭବାନ ହେଉଥିଲା। କିଛି ବାଇକ୍‌ ବିକିବା ପରେ ଅନ୍ୟ ବାଇକ୍ର ପାର୍ଟସ୍‌ କାରବାର କରି ସେ ଭଲ ରୋଜଗାର କରୁଥିଲା। ଚଳିତ ମାସ ୭ ତାରିଖ ଦିନ ନୟାଗଡ଼ ଗଣେଇର ପ୍ରମୋଦ ସାହୁ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ବାପାଙ୍କ ପାଖକୁ ଆସିଥିଲେ। ପାର୍କିଂରେ ପଲ୍‌ସର୍‌ ବାଇକ୍‌ଟିକୁ ରଖି ସେ ବାପାଙ୍କ ପାଖକୁ ଯାଇଥିଲେ। ସେଠାରୁ ଫେରିବା ବେଳକୁ ପାର୍କିଂରେ ବାଇକ୍‌ ନଥିବା ଦେଖି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏମ୍‌ସ ପରିସରସ୍ଥ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଛାନ୍‌ଭିନ୍‌ ଚଳାଇବା ପରେ ଏହି ୨ ଭାଇଙ୍କ ନିକଟରେ ପହଞ୍ଚିଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ରାଜଧାନୀର ବିଭିନ୍ନ ପାର୍କିଂରୁ ବାଇକ୍‌ ଚୋରି କରନ୍ତି। ଏମ୍‌ସ, କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ମୈତ୍ରୀବିହାର ଥାନା ଅଧୀନ ବିଭିନ୍ନ ପାର୍କିଂରୁ ଏମାନେ ବାଇକ୍‌ ଲୁଟିଥିବା ମାନିଛନ୍ତି। ଚୋରା ବାଇକ୍‌ରେ ନକଲି ନମ୍ବର ପ୍ଲେଟ୍‌ ଲଗାଇ ଏମାନେ ବିକି ଦିଅନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା ସମେତ କନ୍ଧମାଳ ଓ ଦଶପଲ୍ଲା ଅଞ୍ଚଳରେ ଡାବୁଲାର ବହୁ ଗ୍ରାହକ ଥିବା ଜଣାପଡ଼ିଛି। କନ୍ଧମାଳର ଗଞ୍ଜେଇ ବେପାରୀମାନେ ଡାବୁଲାର ବଡ଼ ଗ୍ରାହକ ବୋଲି ଜଣାପଡ଼ିଛି। ଆଜି ଡିସିପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜଧାନୀରେ ଘଟୁଥିବା ବହୁ ଅପରାଧରେ ଚୋରା ବାଇକ୍‌ ବ୍ୟବହାର କରାଯାଉଛି। ଏଟିଏମ୍‌ ଲୁଟ୍‌ ହେଉ କି ଛିନ୍‌ତାଇ, ଏଭଳି ପ୍ରାୟ ସବୁ ଅପରାଧରେ ଦୁର୍ବୃତ୍ତମାନେ ଚୋରା ବାଇକ୍‌ ବ୍ୟବହାର କରୁଛନ୍ତି। ନିକଟରେ ମଧ୍ୟପ୍ରଦେଶରୁ ଆସିଥିବା ଧର୍‌ ଗ୍ୟାଙ୍ଗ୍‌ର ମୁଖିଆ ଅର୍ଜୁନ ଅନାରେକୁ ପୁଲିସ ଏନ୍‌କାଉଣ୍ଟର୍‌ କରିଥିଲା। ତା’ଠାରୁ ଜବତ ହୋଇଥିବା ବାଇକ୍‌ଟି ଚୋରା ବାଇକ୍‌ ଥିଲା। ତେଣୁ ରାଜଧାନୀରୁ ଅପରାଧ କମାଇବାକୁ ହେଲେ ପ୍ରଥମେ ବାଇକ୍‌ ଲୁଟେରାମାନଙ୍କୁ ବାନ୍ଧିବାକୁ ପଡ଼ିବ। ଏଥିପାଇଁ କମିସନରେଟ୍‌ ପୁଲିସ ଏକ ସ୍ପେସାଲ୍ ଡ୍ରାଇଭ୍‌ ଚଳାଇଛି। ବାଇକ୍‌ ଚୋରକୁ ଯେମିତି ହେଲେ ଠାବ କରିବାକୁ ଏହି ଅଭିଯାନ ଚାଲିଛି। ସୂଚନାଯୋଗ୍ୟ ଯେ ୨ବର୍ଷ ମଧ୍ୟରେ ଦ୍ବୈତନଗରୀରୁ ୧୫୦୦ ବାଇକ୍‌ ଚୋରି ହୋଇଛି ଏବଂ ମାତ୍ର ୬୦୦ ବାଇକ୍‌ ଉଦ୍ଧାର ହୋଇପାରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!