ଜିଲ୍ଲା ପାଠାଗାର ଅଧ୍ୟୟନର ପ୍ରଥମ ପ୍ରତିଷ୍ଠା ଦିବସ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୁରୁଣା ସହରରେ ଥିବା ଅଧ୍ୟୟନ ପାଠାଗାରର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଅଶୋକ କୁମାର ନାୟକ, ଲେଖକ ତଥା କବି ଗୋଦାବରୀଶ ମିଶ୍ର, ପୌରପରିଷଦ ନିର୍ବାହି ଅଧିକାରୀ ଅକ୍ଷୟ କୁମାର ବେହେରା ଓ କବି ଗୋପିନାଥ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ଯେତେ ସମୟ ଅଧ୍ୟୟନରେ ଦେବ ସେତେ ସଫଳତା ପାଇବ ବୋଲି ପ୍ରକାଶ କରିଥିଲେ । ଅଧ୍ୟୟନକୁ ଆସ ବିବେକାନନ୍ଦ ଭଳି ଧ୍ୟାନ ମଗ୍ନ ଦେଇ ପାଠ ପଢ଼ । ଯିଏ କାମ କରୁଛି ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଦୈନଦିନ ପେପର ପଢ଼ନ୍ତୁ ଦେଶ ବିଦେଶ ଶିକ୍ଷଣିୟକୁ ଗ୍ରହଣ କରନ୍ତୁ । ନିଜର ଭାବି ଅଧ୍ୟୟନକୁ ସ୍ୱତ୍ସତା ରଖିବାକୁ ଡ. ସାହୁ ପରାମର୍ଶ ଦେଇଛନ୍ତି । ଦିନକୁ ଦିନ ଯେପରି ପରିବର୍ତନ ହେଉଛି ସେହିପରି ପାଠରେ ମଧ୍ୟ ପରିବର୍ତନ ହେଉଛି ।

ନୂଆ ନୂଆ ବହି ମଧ୍ୟ ଆଗକୁ ଆହୁରି ଆସିବାର ଆବଶ୍ୟକ ରହିଛି । ଯେଉଁ ମାନେ ଓଏସ ଓ ଓପିଏସ ରେ ସଫଳତା ପାଇଛନ୍ତି ସେମାନେ ଏଠାକୁ ଆସନ୍ତୁ ଏବଂ ନୂତନ ଯୁବ ପିଢ଼ିଙ୍କୁ କିଛି କିଛି ସଫଳତାର ପରାମର୍ଶ ଦିଅନ୍ତୁ ବୋଲି ଡ. ସାହୁ ଅନୁରୋଧ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ମାନେ ସାହିତ୍ୟ ଓ ସଂସ୍କୃତିର ଭାର ଅଧ୍ୟୟନ ବୋଲି ପ୍ରକାଶ କରିଥିଲେ । ନିରୋଳାରେ ବସି ପାଠ ପଢ଼ିବା ହେଉଛି ଅଧ୍ୟୟନ । ଅନେକ ଯୁବକ ଯୁବତୀ ଛାତ୍ରଛାତ୍ରୀ ଅଧ୍ୟୟନକୁ ଆସି ପାଠ ପଢୁଛନ୍ତି । ଅଧ୍ୟୟନ ହେଉଛି ନିଯୁକ୍ତିର ସମ୍ଭାର ସୃଷ୍ଟି ସହାୟକର ଏକ ରାସ୍ତା ବୋଲି ପରାମର୍ଶ ଦେଇଛନ୍ତି ।





