ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ପୁଲିସ ଏବଂ ଇଟାମାଟି ଗ୍ରାମ ପଞ୍ଚାୟତ ପକ୍ଷରୁ ଆଜି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠି ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଯୋଗ ଦେଇଥିଲେ । । କାର୍ଯ୍ୟକ୍ରମରେ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ହେକମେଟ ପିନ୍ଧାଳୀଙ୍କୁ ଗୋଲାପ ଫୁଲ ଏବଂ ନପିନ୍ଧିଥିବା ବ୍ୟକ୍ତିକୁ ସଚେତନତା ଲିଫ୍ ଲେଟ୍ ବଣ୍ଟନ କରିଥିଲେ । ଇଟାମାଟି ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ, ସରପଞ୍ଚ ସୋନାଲିକା ମନ୍ଥନ ପ୍ରମୂଖ ଉପସ୍ଥିତ ରହିଥିଲେ । ସେହିଭଳି ଭାବେ ନୟାଗଡ଼ ଟାଉନଥାନା ପୁଲିସ ପକ୍ଷରୁ ମଜୁରିଆପଲ୍ଲୀ ସତ୍ସଙ୍ଗ ବିହାରଠାରେ ହେଲମେଟ ଯାଂଚ କରାଯାଇଛି । ବିନା ହେଲମେଟ ଧାରୀଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି । ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଏବଂ ସନ୍ତୋଷ ଦାଶ ପ୍ରମୂଖ ଯାଂଚ ସାମିଲ ହୋଇଥିଲେ ।





