ନୟାଗଡ଼, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଇସ୍କନ ପକ୍ଷରୁ ନୟାଗଡ଼ ଜିଲ୍ଲା ଉପ କାରାଗାରରେ ନିତିଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପକାରାଗାରର ଦାୟୀତ୍ୱ ଭାର ଗ୍ରହଣ କରିଥିବା ଅଜିତ କୁମାର ବେହେରାଙ୍କ ତ୍ତ୍ଵବଧାନରେ ଏହି ନୀତିଶିକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ମାମଲାରେ ବନ୍ଦୀ ଥିବା ବିଚାରଧୀନ କଏଦୀ ମାନଙ୍କୁ ଭାଗବତ ଗୀତା ପ୍ରଦାନ କରାଯାଇଥିଲା । ଭଲ ମଣିଷ ହୋଇ ଜୀବନ ନିର୍ବାହ କରିବା ଅନ୍ୟକୁ ସାହାର୍ଯ୍ୟ ସହଯୋଗ କରିବା ସେ ଉପରେ ଆଲୋଚନା କରିବା ସହ ନାମ ସଂକୀର୍ତ୍ତନ କରିଥିଲେ ।






