ନୟାଗଡ଼, (ବାଘୁଆବାର୍ତ୍ତା): ଭାରତୀୟ ତୈଳ ନିଗମ ଭୁବନେଶ୍ୱର ତରଫରୁ ରାହାସ ବିଦ୍ୟାପୀଠ ସାକେରୀ ଠାରେ ଶନିବାର ଦିନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବିଜ୍ଞାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ଦେବତାଙ୍କ ପରିଚାଳନା ରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ଇନ୍ଧନ ସଂରକ୍ଷଣ ବିଷୟରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଇନ୍ଧନ ର ଅପଚୟ ହେଲେ ଭବିଷ୍ୟତ ସଙ୍କଟାପନ୍ନ ନିଶ୍ଚିତ ବୋଲି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମତ ପୋଷଣ କରିଥିଲେ ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଭାରତୀୟ ତୈଳ ନିଗମ ତରଫରୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ପାତ୍ର କ୍ରୀଡା ଶିକ୍ଷକ ରିଙ୍କୁ ଦଳେଇ ଗଣିତ ଶିକ୍ଷୟତ୍ରୀ ରେଣୁବାଳା ସାହୁ କଲା ଶିକ୍ଷୟତ୍ରୀ ସୁନିତା ଜେନା ଓ କାର୍ଯ୍ୟାଳୟ ସହକାରୀ ଅଶୋକ କୁମାର ଦାଶ ସହଯୋଗ କରିଥିଲେ ।





