ନୟାଗଡ଼, (ବାଘୁଆବାର୍ତ୍ତା): ରାହାସ ବିଦ୍ୟାପୀଠ ସାକେରୀ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ପୌରୋହିତ୍ୟରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ ସମିତିର ସଭ୍ୟ ସଭ୍ୟ। ମାନଙ୍କ ସହ ଅଭିଭାବକ ମାନେ ଉକ୍ତ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପୁର୍ବତନ ପ୍ରଧାନ ଶିକ୍ଷକ ତଥା ଏ ଅଂଚଳର ବରିଷ୍ଠ ଶିକ୍ଷାବିତ୍ ଅରକ୍ଷିତ ସାହୁ ମାତୃଭାଷା ର ଉନ୍ନତି ରେ ନିଜର ତଥା ଦେଶ ର ଉନ୍ନତି ସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ ।

ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ସମିତି ର ସଭ୍ୟ ଓ ସଭ୍ୟ। ସମ୍ବିଧାନ ପ୍ରସ୍ତାବନା ପାଠ କରିବା ସହ ମାତୃଭାଷା ଦିବସ ପାଇଁ ଶପଥ ପାଠ କରିଥିଲେ । ଛାତ୍ର ଛାତ୍ରୀ ଦିବସ ଉପରେ ବକୃତା ଦେବା ସହ ଓଡ଼ିଆ ଭାଷା ରେ ଗଳ୍ପ କଥଂନ ଏବଂ କବିତା ଆବୃତି କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟ ର ଶିକ୍ଷକ ରଞ୍ଜନ କୁମାର ପତ୍ର, ରିଙ୍କୁ ଦଳେଇ ଶିକ୍ଷୟତ୍ରୀ ଗୀତାଞ୍ଜଳି ଦେବତା ରେଣୁବାଳା ସାହୁ ,ସୁନିତା ଜେନା ସହଯୋଗ କରିଥିଲେ






