ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତା କାଲି ନୟାଗଡ଼ ଜିଲ୍ଲା ଓକିଲ ସଂଘର ୬୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଅପରାହ୍ନ ୫ ଘଟିକା ସମୟରେ ଆୟୋଜିତ ଉକ୍ତ ଉତ୍ସବରେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉପଲକ୍ଷେ ଓକିଲ ସଂଘର କଳାକାର ମାନଙ୍କ ଦ୍ୱାରା ପରିବେଷିତ ହେବ ସାମାଜିକ ନାଟକ ‘କିଏ କାନ୍ଦିନାହିଁ ହାତ ଟେକ’ । ଏହି ଅବସରରେ ଓକିଲ ସଂଘର ସମ୍ପାଦକ ସ୍ୱଦେଶ ମିଶ୍ର ବହୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ।





