Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲ ଫେରନ୍ତାଙ୍କୁ ନେଇ ଡକାୟତ ଗ୍ୟାଙ୍ଗ; ୪ ଧରାପଡିଲେ, ନଗଦ ଟଙ୍କା ଓ ମାରଣାସ୍ତ୍ର ଜବତ

by ସଞ୍ଜୟ ସ୍ୱାଇଁ
February 21, 2021
in Feature News
ଜେଲ ଫେରନ୍ତାଙ୍କୁ ନେଇ ଡକାୟତ ଗ୍ୟାଙ୍ଗ; ୪ ଧରାପଡିଲେ, ନଗଦ ଟଙ୍କା ଓ ମାରଣାସ୍ତ୍ର ଜବତ
509
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅଲଗା ଅଲଗା ଥାନା ଅଂଚଳରୁ ବିଭିନ୍ନ ଅପରାଧରେ ଧରାପଡ଼ି ଜେଲ୍‌ ଯାଇଥିଲେ। ଜେଲରେ ସମସ୍ତ ପରସ୍ପର ମଧ୍ୟରେ ପରିଚୟ ବଢ଼ିଲା। କିଛି ଦିନ ପୂର୍ବରୁ କିଏ ଜାମିନରେ ତ କିଏ ସଜା କାଟି ଜେଲ୍ରୁ ଫେରି ଏକ ଡାକୟତ ଗ୍ୟାଙ୍ଗ ଗଠନ କରିଥିଲେ। ଗତ ୧ ସପ୍ତାହ ଧରି ଜଙ୍କିଆ, ସଦର ଥାନା ଇଲାକାରେ ଏକାଧିକ ଘଟଣାରେ ଲୁଟ୍‌, ଡକାୟତି, ଦାଦା ବଟି, ଆକ୍ରମଣ ଆଦି ଘଟଣା ଘଟାଇଥିଲେ । ସେମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠିତ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ୱତନ୍ତ୍ର ସ୍କ୍ଵାଡ୍‌, ସଦର ଓ ଜଙ୍କିଆ ଥାନା ପୁଲିସର ମିଳିତ ଚଢ଼ଉରେ ଉକ୍ତ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଗିରଫ କରାଯାଇଛି। ଆଜି ଅପରାହ୍ଣରେ ସଦର ଥାନା ଠାରେ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତିି ଯେ ଗତ ସପ୍ତାହ ମଧ୍ୟରେ ଅଂଚଳରେ ଲଗାତର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଦେଖି ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଗତକାଲି ରାତିରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ୱତନ୍ତ୍ର ସ୍କ୍ଵାଡ୍‌, ଜଙ୍କିଆ ଥାନା ଓ ସଦର ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ୍‌ ଟିମ୍‌ ମିଳିତ ଭାବେ ଧଉଳିମୁହାଣ ରେଳ ଷ୍ଟେସନ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ଉ କରିଥିଲେ । ଏଥିରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ କାତି, ଖଣ୍ଡା, ଠେଙ୍ଗା, ଲୁହା ଛଡ଼, ଲଙ୍କା ଗୁଣ୍ଡ, ୮ଟି ବୋମା ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଦେଉଳଟାଙ୍ଗୀର ସୁନୀଲ କୁମାର ପ୍ରଧାନ ଓରଫ ସୁର୍ଯ୍ୟ ହାତଖଣ୍ଡି (୨୭), ଅରଗୁଳର ଆଦିତ୍ୟ ସାହୁ ଓରଫ ପପୁ (୨୧), ଦଳେଇପୁଟର ଶୁଭେନ୍ଦୁ ସାମନ୍ତରାୟ ଓରଫ ପିଙ୍କୁ (୨୩), ବରଘରପାଟଣାର ଶିବ ସୁନ୍ଦର ଦାସ ଓରଫ ଶିବ (୧୯)।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!