Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀଙ୍କୁ ଆକ୍ରମଣ ଘଟଣା, ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
February 20, 2025
in Crime, State
ଛାତ୍ରୀଙ୍କୁ ଆକ୍ରମଣ ଘଟଣା, ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
80
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଯୁକ୍ତ ରାକେଶ ଦାସକୁ ଗିରଫ କରିବା ସହ ପ୍ରେସ୍‌ମିଟ୍‌ରେ ପୁରା ଘଟଣାର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସ୍‌ପି । ବୁଧବାର ରାସ୍ତାରେ ଠିଆ ହୋଇ ଅନ୍ୟ ଜଣେ ଯୁବକଙ୍କ ସହ କଥା ହେଉଥିଲେ ଛାତ୍ରୀ । ଯାହାକୁ ବିରୋଧ କରିବା ସହ କଥା ହେବାକୁ ମନା କରିଥିଲା ଆକ୍ରମଣକାରୀ ଯୁବକ । ହେଲେ ସେ ଶୁଣିନଥିଲେ । ବାସ୍‌ ଯୁବକର ରାଗ ପଞ୍ଚମକୁ ଉଠିଯାଇଥିଲା । ସାଂଗରେ ଆଣିଥିବା ବିରାଟ ପଥରରେ ଛାତ୍ରୀଙ୍କୁ ଛେଚି ଚାଲିଲା । ରାସ୍ତାରେ ଅସହାୟ ଅବସ୍ଥାରେ ପଡି ବଞ୍ଚାଇବାକୁ ଚିତ୍କାର କରୁଥିଲେ ଛାତ୍ରୀ । ଯାହା ସ୍ଥାନୀୟ ଲୋକଙ୍କ କାନରେ ପଡିଥିଲା । ସେମାନେ ପାଖକୁ ଆସି ପାଟି କରିବାରୁ ଆକ୍ରମଣକାରୀ ଯୁବକ ଖସିଯାଇଥିଲେ । ଛାତ୍ରୀଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କିଟ୍‌ ବିଶ୍ବବିଦ୍ୟାଳୟ ନେପାଳୀ ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ସବୁଠି ଚହଳ ପଡିଛି । ଏପଟେ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଆସିଥିଲା ବଡ ଅଘଟଣର ଖବର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଛାତ୍ରୀଙ୍କୁ ରାସ୍ତାରୁ ଉଦ୍ଧାର କରିଥିଲା ପୋଲିସ । ସେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସରେ ପାଠ ପଢନ୍ତି । ବୁଧବାର ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରେ ଜଣେ ଯୁବକ ଛାତ୍ରୀଙ୍କୁ ନିର୍ଦ୍ଦୟ ଭାବରେ ମାରି ଚାଲିଥିଲେ । ତେବେ ସ୍ଥାନୀୟ ଲୋକେ ଦେଖି ପାଟି କରିବାକୁ ସେ ଛାଡି ପଳାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । ପରିବାର ଲୋକଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି । ସେପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ପିଙ୍କ ନେତୃତ୍ବରେ ଟିମ୍‌ ଗଠନ କରାଯାଇଥିଲା । ଛାତ୍ରୀଙ୍କୁ ସେକ୍ସୁଆଲ ଆସଲ୍ଟ କରାଯାଇନଥିବା ସ୍ପଷ୍ଟ କରିଥିଲେ ଏସ୍‌ପି । ଆକ୍ରମଣ ପରେ ଯୁବକମାନେ କେଉଁ ଆଡକୁ ଯାଇଛନ୍ତି ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା । ଶେଷରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!