ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲାର ସମସ୍ତ ଅନୁସୁଚିତ ଜାତି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାଟ୍ରନ ମାନଙ୍କ ପାଇଁ ଶିଶୁ ଯୌନ ନିର୍ଯ୍ୟାତନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶିଶୁ ସୁରକ୍ଷା ଆଇନ କଥା ପୋକ୍ସ ଆଇନ ସମ୍ବନ୍ଧରେ ଏବଂ ଆବାସିକ, ହଷ୍ଟେଲରେ ପିଲାମାନଙ୍କର ସୁରକ୍ଷା କିପରି ସୁନିଶ୍ଚିତ କରାଯାଇ ପାରିବ ସେହି ବିଷୟରେ ଭୁବନେଶ୍ୱରରୁ ଆସିଥିବା ରିସୋର୍ସ ପର୍ସନ ପ୍ରଶାନ୍ତ ପାଲଟାସିଂଙ୍କ ଠାରୁ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା ସମସ୍ତ ବ୍ଲକରୁ ଆସିଥିବା ଆବାସିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟ ଗୁଡିକରେ କିପରି ଏହି ସବୁ ନିୟମ ଗୁଡିକ କିପରି କାର୍ଯ୍ୟକାରୀ ହେବ ତା ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର କୋଡିନେଟର ଶ୍ରାବଣୀ ମିଶ୍ର ସୁସ୍ପର୍ଶ ଓ କୁସ୍ପର୍ଶ ଉପରେ ନିସ୍ତାର ଭାବେ ଶିକ୍ଷା ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ଓ ପରିଦିକ୍ଷା ଅଧିକାରୀ ଅରସଦ ଅନସାରୀ ପୋକସୋ ଅଧୀନରେ ଥିବା ନିୟମାବଳୀ ଗୁଡିକ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ ଓ ଶିଶୁ ସୁରକ୍ଷା ଅନୁଷ୍ଠାନିକ ଯତ୍ନରେ କାର୍ଯ୍ୟରତ ଥିବା ସତ୍ୟରଞ୍ଜନ ଦାଶ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ପରିଶେଷରେ ତାଲିମ୍ରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।





