ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନିକଟସ୍ଥ ତୁଳସୀପୁର ଠାରେ ଓଁ ଶ୍ରୀ ଶ୍ରୀ ଶିରିଡିସାଇ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । କଳସ ଶୋଭାଯାତ୍ରାରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟ୍ଟେଇ, ମୁଥା ଗାଡିଆ ସମିତି ସଭ୍ୟ ଦିଲ୍ଲୀପ ହାତୀ ପ୍ରମୁଖ ସାମିଳ ହୋଇଛନ୍ତି ।

ସାମ୍ବାଦିକ ବୈଦ୍ୟଭୁଷଣ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଥାଗାଡିଆ, ଚଣ୍ଡୀବସ୍ତ ଓ ଭାଟ୍ଟସାହି ସରପଞ୍ଚଙ୍କ ସହଯୋଗ ଦେଖିବାକୁ ମିଳିଛି । ଆସନ୍ତା କାଲି ଯଜ୍ଞ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୧୨.୩୦ ପର ଠାରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦାନ କରି ବାବାଙ୍କ ସାନିଧ୍ୟ ଲାଭ କରିବାପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।





