ନୟାଗଡ଼,(ବାଘୁଆବାର୍ତ୍ତା) : ଦୀର୍ଘ ଦିନର ଦାବି ପରେ ବାହାଡ଼ାଝୋଲା ରାସ୍ତାର ଡ଼ିମିରିପଲ୍ଲୀ ଠାରୁ ନୂଆଗାଁ ପୂର୍ତ ବିଭାଗ ରାସ୍ତା ଉନ୍ନତିକରଣ ପାଇଁ ୧୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ବ୍ଲକ୍ ବିଜେଡ଼ି ସଭାପତି ସନ୍ୟାସୀ ସାମଲ, ସାଂସଦ ପ୍ରତିନିଧି ବିଜୟ କୁମାର ଶାସମଲ, ଦିଲିପ କୁମାର ଦଳବେହେରା, ସଂଜିବ କୁମାର ସାହୁ, ପୂର୍ତ ବିଭାଗ ଅଧିକାରୀ ଭଗବାନ ସାହୁ, ଯନ୍ତ୍ରୀ ଗୋପବନ୍ଧୁ ଧୀର ଏବଂ ସ୍ଥାନୀ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ ।





