Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣୀ ଶିବିର

by ସଞ୍ଜୟ ସ୍ୱାଇଁ
February 19, 2025
in Nayagarh, State
ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣୀ ଶିବିର
103
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ମନରେଗା ଏବଂ ପଞ୍ଚଦଶ ଅର୍ଥ କମିଶନ ସମ୍ପର୍କିତ ଜନଶୁଣାଣୀ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମନରେଗା ଜନଶୁଣାଣୀ ଶିବିରରେ ଡେପୁଟି କଲେକ୍ଟର ମନିଷା ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ନୟାଗଡ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବିଡିଓ ରାଜେଶ କେଶରୀ ସ୍ଵାଇଁ, ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ରଣସିଂହ, କ୍ଷୀରୋଦ କୁମାର ମହାପାତ୍ର, ଅମ୍ବୁଡ୍ସମ୍ୟାନ ଗିରୀଶ ଚନ୍ଦ୍ର ଦାସ, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ନାରାୟଣ ବଳିଆରସିଂ, ଏପିଓ ମିଟନ କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତରାୟ ଓ ନୟାଗଡ଼ ବ୍ଲକ ସାମାଜିକ ସମୀକ୍ଷକ ପ୍ରକାଶ ଚନ୍ଦ୍ର ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ ।

ନିକଟରେ ଶେଷ ହୋଇଥିବା ସାମାଜିକ ସମୀକ୍ଷାରେ ମନରେଗା ପାଇଁ ୧୧୫ ଗୋଟି ତୃଟି ଦର୍ଶା ଯାଇଥିଲା । ଯେଉଁଥିରେ ଆର୍ଥିକ ବିଚ୍ୟୁତି ବାବଦ ୧୨ ଗୋଟି, ଆର୍ଥିକ ଅନିୟମିତତା ବାବଦ ୮ ଗୋଟି, ପ୍ରକ୍ରିୟା ଉଲ୍ଲଂଘନ ବାବଦ ୮୪ ଗୋଟି ଏବଂ ଅଭିଯୋଗ ବାବଦ ୧୧ ଗୋଟି ସମସ୍ୟା ଉପରେ ଜନଶୁଣାଣୀ କରଯାଇଥିଲା । ଏଥି ସହ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ସମ୍ପର୍କିତ ୫୦ ଗୋଟି ତୃଟି ସଭାରେ ଉପସ୍ଥାପନ କରଯାଇଥିଲା । ଏତଦ ମଧ୍ୟରୁ ଆର୍ଥିକ ଅନିୟମିତତା ୧୧, ନଥି ପତ୍ର ପରିଚାଳନା ଉଲଙ୍ଘନ ୩୦, ପ୍ରକ୍ରିୟା ଉଲଙ୍ଘନ ୯ ଗୋଟି ଏବଂ ବର୍ତ୍ତମାନ ସୁଦ୍ଧା ଉକ୍ତ ଆର୍ଥିକ ବର୍ଷରେ ମନରେଗା ସ୍ଥିତି ସମ୍ପର୍କରେ ଶିବିରରେ ଉପସ୍ଥାପନ କରଯାଇଥିଲା ।

ଉକ୍ତ ଆର୍ଥିକ ବର୍ଷରେ ୧ ଲକ୍ଷ ୮ ହଜାର ୨୮୨ ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ସୂଚନା ଦିଆଯାଇଥିଲା । ସେଥିମଧ୍ୟରୁ ୪୪ ହଜାର ୬୬୬ ଶ୍ରମ ଦିବସ ମହିଳାଙ୍କ ଦ୍ଵାରା ସୃଷ୍ଟି କରାଯାଇଛି । ୧୪ ଗୋଟି ପରିବାର ୧୦୦ ଦିନର କାର୍ଯ୍ୟ ଏଯାବତ ସମ୍ପୂର୍ଣ୍ଣ କରିଛନ୍ତି । ଏଯାବତ ମୋଟ ୬୮୯.୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଗତ ଜନଶୁଣାଣୀ ଶିବିରରେ ଉପସ୍ଥାପନ କରାଯାଇଥିବା ୮ ଗୋଟି ଆର୍ଥିକ ଅନିୟମିତତା ମାମଲାରୁ ସମସ୍ତ ତୃଟି ବାବଦରେ ମୋଟ ୧୩ ହଜାର ୬୩୦ ଟଙ୍କା ବିଭିନ୍ନ ଅଧିକାରୀଙ୍କଠାରୁ ଭରଣା କରାଯାଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଆଲୋଚନା କରାଯାଇଥିବା ତୃଟି ଗୁଡିକ ସମ୍ପର୍କରେ ଆଗାମୀ ୭ ଦିନ ମଧ୍ୟରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ଭାବରେ ଜଣାଇବା ପାଇଁ ଶିବିରର ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜ ମଧ୍ୟରେ ସମନ୍ଵୟ ରକ୍ଷା କରି ମନରେଗା ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ମତ ରଖିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ କର୍ମଚାରି ସାମାଜିକ ସମୀକ୍ଷା ସମୟରେ ନିଜ ମଧ୍ୟରେ ଉତ୍ତମ ବୁଝାମଣା ନେଇ କାର୍ଯ୍ୟ କଲେ ଜନଶୁଣାଣୀ ସମୟରେ କୌଣସି ସମସ୍ୟା ଆସିବା ନାହିଁ ବୋଲି ସଭାକୁ ଅବଗତ କରିଥିଲେ । ଏଥିସହ କାର୍ଯ୍ୟ ସମୟରେ ସ୍ଵଚ୍ଛତାକୁ ଗୁରୁତ୍ଵ ଦେଇ ନିଜ ନିଜର ଦାୟିତ୍ୱ ଉପଲବ୍ଧ କରିବା ପାଇଁ ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ଉଦ୍ୟାନ କୃଷି ବିଭାଗ, ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଯନ୍ତ୍ରୀ, ସମସ୍ତ ପିଇଓ, ଏଡ଼ିଇଓ, ଜିଆରଏସ, ମେଟ ଜନଶୁଣାଣୀ କମିଟିର ସଭ୍ୟ, ଶ୍ରମିକ ନେତା ଓ ବିଭିନ୍ନ ପଞ୍ଚାୟତ ଜବକାର୍ଡ ଧାରୀ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!