ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶରଣକୁଳର ‘ଆଶ୍ରୟ’ ସଂଙ୍ଗଠନ ଆନୁକୁଲ୍ୟରେ ଲଡୁବାବାଙ୍କ ପବିତ୍ର ମହାଶିବ ରାତ୍ର ବାସି ସଫେଇ କାର୍ଯ୍ୟ ନିମନ୍ତେ ଶରଣ କୁଳର ସ୍ଥାନୀୟ ବାଉଁଶିଆସ୍ଥିତ ‘ଆଶ୍ରୟ’ ଦିବ୍ୟାଙ୍ଗ ସେବା ଗ୍ରାମରେ ପଚାଶରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶିବରାତ୍ରୀ ପରଦିନ ଭୋର ୫ଟାରୁ ସ୍ୱେଚ୍ଛାସେବୀ ମାନେ ଆସି ସିଙ୍ଘ ଦ୍ୱାର ସମ୍ମୁଖରୁ ସଫେଇ କାମ ଆରମ୍ଭ କରି ସମଗ୍ର ଶରଣକୁଳ ଅଞ୍ଚଳର ରାସ୍ତାଘାଟ, ମନ୍ଦିର ପରସରକୁ ସଫେଇ କାର୍ଯ୍ୟ ଆରମ୍ଭ କରି ସକାଳ ୧୦ ଘଟିକା ମଧ୍ୟରେ ସାରିବା ପାଇଁ ସଫେଇ କାର୍ଯ୍ୟ କରାଯିବ । ‘ଆଶ୍ରୟ’ର ଏହି ବିଶାଳ ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ସ୍ୱେଚ୍ଛାସେବୀ, ସଙ୍ଗଠକ, ସଂଘ, କ୍ଲବ, ଗ୍ରାମ୍ୟ କମିଟି ଏବଂ ବିଭିନ୍ନ ସଙ୍ଗଠନର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏହି ସଫେଇ କାର୍ଯ୍ୟକ୍ରମ କରାଯିବ । ଏଠାରେ ସୁଚନା ଯୋଗ୍ୟଯେ ବିଗତ ୧୯୯୧ ମସିହା ଠାରୁ ୩୪ ବର୍ଷ ଧରି ‘ଆଶ୍ରୟ’ ଅଦ୍ୟବଧି ଏହି ସଫେଇ କାର୍ଯ୍ୟକ୍ରମରେ ନିୟୋଜିତ କରି ସଫେଇ କାର୍ଯ୍ୟମାନ କରି ଆସୁଅଛି । ‘ଆଶ୍ରୟ’ ର ଏହି ମହତ କାର୍ଯ୍ୟରେ ଯେଉଁ ସ୍ୱେଚ୍ଛାସେବୀ ମାନେ ଯୋଗଦାନ କରି ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବେ ସେମାନଙ୍କୁ ଆସନ୍ତା ୨ ତାରିଖ ସକାଳ ୧୦ ଘଟିକା ସମୟରେ ଶରଣକୁଳର ଝାଡେଶ୍ୱରୀ ପିଠରେ ‘ଆଶ୍ରୟ’ର ସ୍ୱେଚ୍ଛାସେବୀ ସମ୍ମିଳନୀରେ ସାର୍ଟିଫିକେଟ ପ୍ରଦାନ କରାଯିବ । ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସାମାଜିକ କର୍ମୀ ଲୋକନାଥ ଦାଶ ବୈଠକକୁ ଅଧ୍ୟକ୍ଷତା କରିଥିଲେ ।





