ନୟାଗଡ଼,(ବାଘୁଆବାର୍ତ୍ତା) : ଆଠଗଡ଼ ଥାନା ରାଧାପତିପୁରସ୍ଥିତ ଏକ ହୋଟେଲ ଉପରେ ଆଜି ଭୁବନେଶ୍ବରର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଟିମ୍ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଏସ୍ଟିଏଫ୍ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ସୂଚନା ଅନୁଯାୟୀ, ଆଠଗଡ଼ ରାଧାପୁରସ୍ଥିତ ଏକ ହୋଟେଲରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ମିଳିବା ପରେ ଭୁବନେଶ୍ବରରୁ ଏସ୍ଟିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୫ ଜଣିଆ ଦଳ ଗତ ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଉକ୍ତ ହୋଟେଲରୁ ବ୍ରାଉନସୁଗାର ଜବତ କରାଯିବା ସହିତ ହୋଟେଲ ମାଲିକ ଓ ସହଯୋଗୀଙ୍କୁ ଧରି ଥାନାକୁ ଅଣାଯାଇଥିଲା।





