ବାଘ ଦାନ୍ତ ମାମଲା, ପୂର୍ବତନ ସରପଞ୍ଚ ଗିରଫକୁ ବିରୋଧ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ତଥା ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ସିଂ ଆକ୍ରୋଶ ମୂଳକ ମନୋଭାବ ତଥା ରାଜନୈାତିକ ପ୍ରରୋଚନାରେ ପଡ଼ି ଜଣେ ପୂର୍ବତନ ସରପଞ୍ଚ ତଥା ବିଜେଡି ନେତାଙ୍କୁ ଗିରଫ କରିଛନ୍ତି । ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଜୟ କୁମାର ପ୍ରଧାନକୁ ବାଘଦାନ୍ତ ବେପାର ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ଖବର ପ୍ରଚାରିତ ହେବା ପରେ ଆଦିବାସୀମାନେ ବନାଞ୍ଚଳ କାର୍ୟ୍ୟା ଳୟକୁ ଆସିଥିଲେ। ଅଜୟଙ୍କ ଭାଉଜ ସରପଞ୍ଚ କଳ୍ପନା ପ୍ରଧାନ ଓକିଲ ସତ୍ୟରଞ୍ଜନ ମତ୍ତାଙ୍କୁ କାର୍ୟ୍ୟା ଳୟକୁ ଯିବା ସମୟରେ ତାଙ୍କୁ ଛାଡ଼ିନଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଖବର ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ଛାଡିନଥିଲେ କି କୈାଣସି ସୁଚନା ଦେଇନଥିଲେ। ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୁର୍ଣ୍ଣମା ପାଣ୍ଡିଆନ ଦୁଇଟି ବାଘଦାନ୍ତ ଜବତ ହେବା ସହ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।

ବାଘଦାନ୍ତ କାହାର ମହାବଳର ନା କଲରାପତରିଆର , ସେ ନିଜେ ଶିକାରୀ ନା ବ୍ୟବସାୟୀ ଏବଂ ଏହା କେବେକାର ବୋଲି ତଦନ୍ତ ଚାଲିଥିବା କହିଥିଲେ । ଗିରଫ ଖବର ଶୁଣି ସରପଞ୍ଚ ସଂଘ ସଭାପତି ବୃନ୍ଦାବନ ମହାନ୍ତି, ବିଜୁ ଜନତା ଦଳ ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ ଆଦି ବିଜୁ ଜନତା ଦଳ କର୍ମୀମାନେ କାର୍ୟ୍ୟା ଳୟ ନିକଟରେ ପହଞ୍ଚିଥିଲେ। ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ କାର୍ୟ୍ୟା ଳୟ ଭିତରକୁ ଯାଇ ଅଭିଯୁକ୍ତକୁ ସାକ୍ଷାତ ଓ ଅଭିଯୋଗର ସତ୍ୟାସତ୍ୟ ବୁଝିବା ପାଇଁ କହିଥିଲେ। କିନ୍ତୁ ବନାଞ୍ଚଳ ଅଧିକାରୀ ତାଙ୍କୁ ବାରଣ କରିଥିଲେ। ଯାହା ଫଳରେ ଆଦିବାସୀମାନେ ଉତ୍ୟକ୍ତ ହୋଇ ରଣପୁର ବନାଞ୍ଚଳ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଖବର ଲେଖା ପର୍ଯ୍ୟନ୍ତ ଧାରଣା ଜାରି ରହିଥିବା ବେଳେ ପୂର୍ବତନ ସରପଞ୍ଚ ଅଜୟକୁ କୋର୍ଟ ଚାଲାଣ ହୋଇପାରିନାହିଁ । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଆଦିବାସୀ ମହିଳାନେ ଖବର ଆନ୍ଦୋଳନରେ ସାମିଲ ହୋଇଛନ୍ତି ।





