ଦଶପଲ୍ଲା,(ବାଘୁଆବାର୍ତ୍ତା): ଯୁବପିଢି ପାଇଁ ଏକ ବୈପ୍ଳବିକ ଆହ୍ବାନ ର ବାର୍ତ୍ତା ନେଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ଯାଳୟ ନଛ୍ଛିପୁର ଠାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ତରଫରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଠର ବର୍ଷ ରୁ ଉଣେଇଶ ବର୍ଷ ପର୍ୟ୍ଯନ୍ତ ଯୁବକ ଯୁବତୀ ମାନଙ୍କ ପାଇଁ CENTER FOR ENEVIRONMENT & CLIMATE CHANGE, GOVT. OF ODISHA ତରଫରୁ “CAPACITY BUILDING PROGRAM Theme- PLANT NURSERY DEVELOPMENT ” ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ କାର୍ଯ୍ୟକ୍ରମ ସଂଯୋଜିକା ବିଦ୍ଯାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଜିବନୀ ସାମଲ (CES) ତରଫରୁ ପ୍ରଦୀପ ପ୍ରଜ୍ଜ୍ବଳିତ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ବନପାଳ ଶ୍ରୀ ପ୍ରଫୁଲ୍ଲ କୁମାର ଦାଶ ଯୋଗଦେଇ Plant Nursery ବିକାଶ ଶିକ୍ଷଣ ପ୍ରଣାଳୀ କିପରି ଅଧିକ ଚାରାଗଛ ଉପ୍ତାଦନ ରେ ସହାୟ ହେବ ଏବଂ ଯୁବପିଢି ସ୍ବାବଲମ୍ବୀ ଭାବେ ନିଜକୁ ଗଢିତୋଳିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ।ଶିବିର ପ୍ରଶିକ୍ଷକ ଶ୍ରୀ ବିଜୟ କୁମାର ସେଠୀ ଓ ରଶ୍ମି ରଂଜନ ପରିଡା ଯୋଗଦେଇ ବିଭିନ୍ନ ପ୍ରକାର ର ଚାରାଗଛ ଉପ୍ତାଦନ,ବେଡିଂ,ସିଷ୍ଟ୍ ବମ୍,କ୍ଲିପିଂ,କଲମୀକରଣ,ଟ୍ରେସିଂ,ଜୈବିକସାରର ଉପାଦେୟତା ଓ ଏହାର ପ୍ରୟୋଗ ଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଶିକ୍ଷାର୍ଥୀମାନେ କଲମୀକରଣ କରିବା ଇତ୍ୟାଦି ନିଜେ କରି ଶିଖିଥିଲେ। ଏହାପରେ ସମସ୍ତେ ଲେମ୍ବୁଗୋଛା ନର୍ସରୀ ବୁଲି ଚାରାଗଛ ଉପ୍ତାଦନ ଓ ଏହାର ଯତ୍ନ ସମ୍ପର୍କରେ ପ୍ରତକ୍ଷ୍ଯ ଶିକ୍ଷା ଆହରଣ କରିଥିଲେ। ମଧ୍ଯାହ୍ନ ଭୋଜନ ପରେ ଶିକ୍ଷାର୍ଥୀମାନଙ୍କୁ CES DEPARTMENT ତରଫରୁ ପ୍ରଶିକ୍ଷଣ ମାନପତ୍ର,ପୁସ୍ତକ ଓ ଗଛ ବଣ୍ଟନ କରାଯାଇଥିଲା। ପରିଶେଷରେ ଶ୍ରୀମତୀ ସାମଲ ଏହି ତାଲିମ ଆଗାମୀ ଯୁବପିଢି ପାଇଁ ସ୍ବ ରୋଜଗାର ବହୁମୁଖୀପନ୍ଥା ତିଆରି କରିବା ସହିତ ଏକ ସନ୍ତୁଳନ ବାତାବରଣ ସଊଷ୍ଟି ହେବ।





