ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ଏସ୍ଡିପିଓ ଭାବେ ଆଜି ଜ୍ୟୋତି ରଞ୍ଜନ ସାମନ୍ତରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୟାଗଡ଼ ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କୁ କେନ୍ଦୁଝର ବଦଳି କରାଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ନୟାଗଡ଼ ବଦଳି ହୋଇଛି । ପୁଲିସ ବିଭାଗରେ କାର୍ଯ୍ୟରତ ଅନେକ କର୍ମଚାରୀ ଆଜି ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଶ୍ରୀଯୁକ୍ତ ସାମନ୍ତରାୟ ପୂର୍ବରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରିଥିବା ସୂଚନା ମିଳିଛି ।





