Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକୀୟା ପ୍ରୀତି, ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ

by ସଞ୍ଜୟ ସ୍ୱାଇଁ
February 16, 2025
in Crime, State
ପରକୀୟା ପ୍ରୀତି,  ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ
153
VIEWS
Share on FacebookShare on Twitter

ଅନୁଗୁଳ, (ବାଘୁଆବାର୍ତ୍ତା): ପରକୀୟା ପ୍ରୀତିକୁ ନେଇ ପାରିବାରିକ କଳହ । ସ୍ବାମୀ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଏମିତି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନୂଆହତା ପଞ୍ଚାୟତ ପାଟଣାସାହିରୁ । ମୃତ ମହିଳା ହେଲେ ପାୟଲ ସାମଲ । ଅଭିଯୁକ୍ତ ସ୍ଵାମୀ ହେଲେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ସୁବ୍ରତ ସାମଲ । ଅଭିଯୋଗ ଅନୁସାରେ, ୮ ବର୍ଷ ପୂର୍ବେ ସୁବ୍ରତ ଏବଂ ପାୟଲ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୫ ବର୍ଷର ଏକ ଝିଅ ରହିଛି । ସୁବ୍ରତ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାରେ ଫିଟର ଭାବେ କରୁଛନ୍ତି । ବର୍ଷେ ହେବ ନୂଆହତା ପାଟଣାସାହିରେ ସ୍ତ୍ରୀ ଓ ଝିଅକୁ ନେଇ ଭଡାରେ ରହୁଥିଲେ । ପାୟଲ ଅନ୍ୟ କାହା ସହ ଫୋନରେ କଥା ହେଉଥିବା ନେଇ ସୁବ୍ରତ ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛିଦିନ ହେବ ଝଗଡ଼ା ଲାଗି ରହିଥିଲା । ଗତକାଲି ଏହି କାରଣରୁ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ତେବେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା । ଏହି ସମୟରେ ସୁବ୍ରତ, ପାୟଲଙ୍କୁ ମାଡ଼ ମାରିଥିଲେ । ଫଳରେ ପାୟଲ ଅଚେତ ହୋଇ ପଡ଼ିଯାଇଥିଲେ । ତେବେ ପାୟଲ ଆଉ ନ ଉଠିବାରୁ ସୁବ୍ରତ ଘର ମାଲିକଙ୍କୁ ସୂଚନା ଦେଇଥିଲେ । ଏହାପରେ ଘର ମାଲିକ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାୟଲଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ସୁବ୍ରତଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!