ନୟାଗଡ଼, (ବାଘୁଆବାର୍ତ୍ତା): ଆସାମ ରାଜ୍ୟର ବାଇହାତ ଚରିଆଲି ନିକଟସ୍ଥ ପୂବ କାମରୂପ କଲେଜ ଓ ଓଡ଼ିଶାର ଫକୀରମୋହନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ ଦକ୍ଷିଣ ପୂର୍ବ ଏସିଆର ସାହିତ୍ୟ ଏବଂ ସଂସ୍କୃତିରେ ରାମାୟଣ ‘ ପ୍ରସଙ୍ଗକୁ ନେଇ ଫେବୃଆରୀ ୧୪ I ୧୫ ରେ ଦ୍ଵି ଦିବସିୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ଯୋଗ ଦେଇଥିଲେ l ଏତଦ ସହ ବହୁ ଦେଶ ବିଦେଶରୁ ପ୍ରଫେସର, ଗବେଷକ, ଗବେଷିକା ମଧ୍ୟ ଯୋଗ ଦେଇଥିଲେ l ନୟାଗଡ ଜିଲ୍ଲାର ଯୁବ ଗବେଷକ ଚିତ୍ତରଞ୍ଜନ ସାହୁ ବର୍ତ୍ତମାନ ଫକୀରମୋହନ ବିଶ୍ୱବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ରଙ୍କ ତତ୍ୱାବଧାନରେ ଗବେଷଣାରତ ଛାତ୍ର l ତାଙ୍କ ନିବନ୍ଧର ନାମ ‘ରାମକଥା ପରମ୍ପରା ଦଶପଲ୍ଲା, ଓଡିଶା’ ଏହି ପ୍ରସଙ୍ଗକୁ ଉପସ୍ଥାପନା କରି ଆସାମ ରାଜ୍ୟରେ ବେଶ ପ୍ରଶଂସା ସାଉଁଟିଛନ୍ତି l ଦଶପଲ୍ଲା ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାକୁ ଭାରତ ପ୍ରସିଦ୍ଧ କରାଇବା ପାଇଁ ଗବେଷକଙ୍କ ଏହା ଅନନ୍ୟ ପ୍ରୟାସ ବୋଲି କହିଛନ୍ତି l ଦଶପଲ୍ଲା ଲଙ୍କା ପୋଡିକୁ ନିଜର ଗବେଷଣାତ୍ମକ ନିବନ୍ଧ ପ୍ରସ୍ତୁତ କରି ଆସାମ ରାଜ୍ୟରେ ପାଠ କରିବା ଏହା ପ୍ରଥମ ବୋଲି କହିଛନ୍ତି l ଏହି ଗବେଷଣାତ୍ମକ ନିବନ୍ଧ ପାଇଁ ଶ୍ରୀଯୁକ୍ତ ହାଡିବନ୍ଧୁ ମହାକୁଢ଼ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ତାଙ୍କ ସାହାଯ୍ୟ ଓ ସହଯୋଗ ବଳରେ ଆଜି ଏଭଳି ଏକ ଐତିହାସିକ ଦିନ ନୟାଗଡ ବାସୀଙ୍କ ପାଇଁ ସୃଷ୍ଟି ହୋଇପାରିଛି l





