ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପୁଣି ଅପରାହ୍ଣ ବିଧାନସଭା ଅଧିବେଶନରେ ବିରୋଧି ବିଜେପି ଦଳର ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧି ଦଳ ବୋଲି ସବୁସୀମା ଟପି ଯାଇଛନ୍ତି । ନେତା ପ୍ରଦୀପ୍ତ ନାୟକ ହଟଗୋଳ କରିଥିବା ଦେଖାଯାଇଛି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଚସ୍ପତିଙ୍କ ଉତ୍ତର ରଖୁଥିବା ବେଳେ ସବୁ ସୀମାପାର କରି ବିରୋଧି ଦଳ ନେତା, ମନ୍ତ୍ରୀଙ୍କ ଉତ୍ତର କପି ଚିରି ଦେଇଥିଲେ । ଉକ୍ତ ଚିରା ଉତ୍ତର କାଗଜ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ । ପବିତ୍ର ସ୍ଥାନ ବିଧାନସଭା ଗୃହ ଭିତରେ ବିରୋଧି ଦଳର ଏଭଳି ଅସହିଷ୍ଣୁତାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି ।





