ବାଲେଶ୍ୱର,(ବାଘୁଆବାର୍ତ୍ତା): ଲକ୍ଷ ଲକ୍ଷ ଟଙ୍କାର ସାଇବର ଠକେଇ କରିଥିବା ଅଭିଯୋଗର ତଦନ୍ତ କରି ଆଜି ଦିଲ୍ଲୀ ପୁଲିସ ଓଡ଼ିଶାରେ ପହଞ୍ôଚ ଜଣେ ସାଇବର ଠକକୁ ଉଠାଇ ନେଇଛି । ଉକ୍ତ ଯୁବକ ଜଣକ ଜଣେ ଦୋକାନୀ । ଦେକାନରେ ବସି ସାଇବର ମାଧ୍ୟମରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ଏହାର ତଦନ୍ତ କରି ଦିଲ୍ଲୀ ପୁଲିସ ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ବାରମାଡ଼ିଆ ଗାଁରେ ପହଞ୍ôଚଥିଲା । ସାଇବର ଠକେଇ ସଂପୃକ୍ତ ଥିବା ଦୋକାନରେ ଚଢ଼ଉ କରିଥିଲା । ଉକ୍ତ ଦୋକାନୀ ଠାରୁ ୧୦୦ଟି ଆଧାର କାର୍ଡ, ୧୦୦ଟି ସିମ୍ କାର୍ଡ ଓ ଗୋଟିଏ ଲାପଟପ୍ ଜବତ କରିଛି ଦିଲ୍ଲୀ ପୁଲିସ ।





