ନୟାଗଡ଼, (ବାଘୁଆବାର୍ତ୍ତା): ଗ୍ରୀଷ୍ମର ପ୍ରବାହ ଏବେଠାରୁ ଅନୁଭୁତ ହେବା ଦେଖା ଗଲାଣି । ମାଘ ମାସରେ ବାଘ ଭଳି ଶୀତ ହେବା କଥା । ବର୍ତ୍ତମାନ ଯେମିତି ଖରା ଅନୁଭୂତ ହେଉଛି ଆଗାମୀ ଦିନ ପାଇଁ ବୁଲା ଗୋମାତାଙ୍କ ପାନୀୟ ଜଳର ବଡ଼ ସମସ୍ୟା ଦେଖାଯିବ । ଏହି ଉଦ୍ଦେଶ୍ୟରେ ଇଟାମାଟିର ବିଭିନ୍ନ ସାହି ଗଳି କନ୍ଦିରେ ଦେବଦୂତ ସେବା ପରିଷଦର ସଭ୍ୟ ମାନେ ପ୍ରାୟ ୨୦ ଟି ଜଳକୁଣ୍ଡ ବ୍ୟବସ୍ଥା କରିଛନ୍ତି । ଏଭଳି କାର୍ଯ୍ୟକୁ ଅନେକ ବୁଦ୍ଧିଜୀବୀ ଓ ସାଧାରଣ ଜନତା ପ୍ରଶଂସା କରିବା ସହ କିଛି ବ୍ୟକ୍ତି ନିଜ ଇଛାରେ ଜଳକୁଣ୍ଡର ଦାୟିତ୍ୱ ବହନ କରିବା ପାଇଁ କଥା ଦେଇଛନ୍ତି ।





