Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିବାରାତ୍ର ଗୁରୁପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା, ସୁନ୍ଦରପଦା ବିଜେତା

by ସଞ୍ଜୟ ସ୍ୱାଇଁ
February 14, 2025
in Sports, State
ଦିବାରାତ୍ର ଗୁରୁପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା, ସୁନ୍ଦରପଦା ବିଜେତା
77
VIEWS
Share on FacebookShare on Twitter

ନିରାକାରପୁର, (ବାଘୁଆବାର୍ତ୍ତା): ନିରାକାରପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ପଡିଆଠାରେ ଚାଲିଥିବା ତୃତୀୟବାର୍ଷିକ ଗୁରୁପ୍ରସାଦ ମେମୋରିଆଲ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଦିବସ ଅନୁଷ୍ଠିତ ହୋଇଯାଇଛି |ଏହି ପ୍ରତିଯୋଗିତା ଫାଇନାଲମ୍ୟାଚଟି ରସୁଲଗଡ କ୍ରିକେଟ କ୍ଲବ ଓ ସୁନ୍ଦରପଦା କ୍ରିକେଟକ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ପ୍ରଥମେ ଟସଜିଣି ରସୁଲଗଡଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୬ ଓଭରରେ ସମସ୍ତ ଉଇକେଟ ହରାଇ ୨୬ରନ ସଂଗ୍ରହ କରିଥିଲା |ଏହାର ଜବାବରେ ସୁନ୍ଦରପଦାଦଳ ପ୍ରଥମ ଓଭରରେ ବିନା ଉଇକେଟରେ ଆବଶ୍ୟକ ରନ ସଂଗ୍ରହ କରି ଚଳିତବର୍ଷର ବିଜେତା ହୋଇଥିଲା |ଡ୍ୟାନସିଂ ଅମ୍ପେୟାର ଚିକୁ, ଅମରେନ୍ଦ୍ର ବାରିକ ଓ ଜୀବନରଶ୍ମି ମହାପାତ୍ର ଖେଳ ପରିଚାଳନା କରିଥିଲେ |

ଏହି ପ୍ରତିଯୋଗିତାରେ ମୋଟ ୧୬ଟିଦଳ ଭାଗ ନେଇଥିଲା |ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ଆଇନଜିବୀ ଶକ୍ତି ଶଙ୍କର ମିଶ୍ର, ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥ,ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ,ଟାଙ୍ଗୀବ୍ଲକ ଉପାଧ୍ୟକ୍ଷ ଦୂରୁ ପ୍ରସାଦ ନାଥଶର୍ମା,ବିଜେପି ମଣ୍ଡଳ ସଭାପତି ଅଜୟ କୁମାର ପାଇକରାୟ, ସଫଳ ବ୍ୟବସାୟୀ ରଜନୀକାନ୍ତ ପରିଡା, ଇଂ ପ୍ରଭାତ କୁମାର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ହୃଷିକେଶ ରାଉତରାୟ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ତରଫରୁ ବିଜେତା ଦଳକୁ ନଗଦ ୧୮ହଜାର ଟଙ୍କା ସହ ଟ୍ରଫି ଓ ରନର୍ସଦଳକୁ ୧୪ହଜାରଟଙ୍କା ସହ ଟ୍ରଫି ପ୍ରଦାନ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ |ଶ୍ରେଷ୍ଠ ଖେଳାଳୀଭାବେ ସୁନ୍ଦରପଦା ଦଳର ଦେବାଶିଷ ପରିଡାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା |ଅନିଲ କୁମାର ସେନାପତି, ମାନସ ପଟ୍ଟନାୟକ, ଦେବାଶିଷ ରାଉତରାୟ, ଆର୍ତ୍ତତ୍ରାଣ ରାଉତରାୟ, ଦିବାକର ରାଉତରାୟ, ରାଜେଶ କୁମାର ସାହୁଙ୍କ ସମେତ କ୍ଳବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!