Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫରେଷ୍ଟରଙ୍କୁ ୪ବର୍ଷ ଜେଲ୍‌ଦଣ୍ଡ

by ସଞ୍ଜୟ ସ୍ୱାଇଁ
February 14, 2025
in Crime, State
ଫରେଷ୍ଟରଙ୍କୁ ୪ବର୍ଷ ଜେଲ୍‌ଦଣ୍ଡ
47
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଲାଞ୍ଚ ନେବା ବେଳେ ୨୦୧୬ ଜାନୁଆରିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାଉଲଡେଗା ଫରେଷ୍ଟ ସେକ୍‌ସନ୍‌ର ଫରେଷ୍ଟର ଜଗଦୀଶ ପ୍ରଧାନ ଭିଜିଲାନ୍ସ କୋର୍ଟରେ ଆଜି ‌ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଜଗଦୀଶ ପ୍ରଧାନଙ୍କୁ ୪ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲଦଣ୍ଡ ଶୁଣାଇଛନ୍ତି। ମାମଲାରୁ ଜଣାଯାଏ ଯେ, ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅଧୀନ ଝିଲିମଲ ଗାଁର ସ୍ବର୍ଗତ ବିପିନ ପଟେଲଙ୍କ ପୁଅ ଯୋଗେନ୍ଦ୍ର ପଟେଲ ଘରେ କିଛି ଜଙ୍ଗଲଜାତ ସାମଗ୍ରୀ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ୨୦୧୫ ନଭେମ୍ବର ୧୧ ତାରିଖରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଯୋଗେନ୍ଦ୍ର ପଟେଲଙ୍କ ଘରୁ ଜଙ୍ଗଲଜାତ ସାମଗ୍ରୀ ଜବତ କରି ବନ ବିଭାଗ ଏକ ମାମଲା ରୁଜୁ କରିଥିଲା। ଉପରୋକ୍ତ ମାମଲାର ରଫାଦଫା କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଧୀନ ଲିପ୍‌ସାପାଲି ଗ୍ରାମର ସ୍ବର୍ଗତ ଟଙ୍କ ପ୍ରଧାନଙ୍କ ପୁଅ ତଥା ପୂର୍ବତନ ଫରେଷ୍ଟର ଜଗଦୀଶ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଖବରକୁ ନେଇ ଯୋଗେନ୍ଦ୍ର ଭିଜିଲାନ୍ସ କାର୍ଯ୍ୟାଳୟରେ ଦେଇଥିଲେ। ଏହା ପରେ ଯୋଜନା ଅନୁଯାୟୀ ତତ୍‌କାଳୀନ ଫରେଷ୍ଟର ଜଗଦୀଶ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଜଗଦୀଶଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଆଜି କୋର୍ଟ ସମସ୍ତ ପ୍ରମାଣକୁ ଭିତ୍ତିକରି ଏହି ମାମଲାର ଶୁଣାଣି କରିବା ସହ ଦୋଷୀ ଜଗଦୀଶଙ୍କୁ ୪ ବର୍ଷ ଜେଲଦଣ୍ଡ ଓ ୧୦,୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ୬ମାସ ଅତିରିକ୍ତ ଜେଲଦଣ୍ଡ ଶୁଣାଇଛନ୍ତି। ଦେବଗଡ଼ ୟୁନିଟ୍‌ର ଭିଜିଲାନ୍ସ ଡିଏସ୍‌ପି ଜେପି ପଟେଲ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ। ସୁନ୍ଦରଗଡ଼ ଭିଜିଲାନ୍ସର ସ୍ବତନ୍ତ୍ର ପିପି ଶ୍ୟାମସୁନ୍ଦର ମିଶ୍ର ଏହି ମାମଲାର ପରିଚାଳନା କରୁଥିବା ବେଳେ ସହକାରୀ ପିପି ସଂଦୀପ ପଣ୍ଡା ସହଯୋଗ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!