Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରସ୍ବତୀ ଶିଶୁ ମନ୍ଦିରରେ ପିତୃମାତୃ ପୂଜନ ଦିବସ

by ସଞ୍ଜୟ ସ୍ୱାଇଁ
February 14, 2025
in Education, Nayagarh, State
ସରସ୍ବତୀ ଶିଶୁ ମନ୍ଦିରରେ ପିତୃମାତୃ ପୂଜନ ଦିବସ
213
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାରାବିଶ୍ୱ ଆଜି ଭାଲେଣ୍ଟାଇନ ଡେ଼ ପାଳନ କରୁଥିବା ବେଳେ ନୟାଗଡ ବ୍ଲକ ବାଲୁଗାଁ ପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ମାତୃପିତୃ ପୂଜନ ଦିବସ ପାଳନ କରି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଏହି ଉତ୍ସବର ଆୟୋଜିତ ସଭାରେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୂଜ୍ୟପୂଜାର ସମ୍ମାନକୁ ବଜାୟରଖି ଭବିଷ୍ୟତରେ ସୁନାଗରିକ ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପବିତ୍ର ମୋହନ ସାହୁ ଯୋଗ ଦେଇ ପିତାମାତାଙ୍କର ସେମାନଙ୍କ ସନ୍ତାନମାନଙ୍କ ପ୍ରତି ଥିବା ନିସ୍ଵାର୍ଥପର ସେବାକୁ ସ୍ମରଣ କରି ସମାଜରେ ଗୁରୁଜନମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ରଖିଲେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିବ ବୋଲି ମତ ରଖିଥିଲେ । ପରିଶେଷରେ ଉପସ୍ଥିତ ଅଭିଭାବକ ଅଭିଭାବିକାଙ୍କୁ କୁନି କୁନି ଶିଶୁମାନେ ପୁଷ୍ପ ଧୂପ ଦେଇ ବନ୍ଦାପନା କରି ପ୍ରଣାମ ଜଣାଇ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ବେଶ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇପାରିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!