Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ରେମୁଣା ତହସିଲଦାର

by ସଞ୍ଜୟ ସ୍ୱାଇଁ
February 13, 2025
in Crime, State
ବନ୍ଧା ହେଲେ ରେମୁଣା ତହସିଲଦାର
124
VIEWS
Share on FacebookShare on Twitter

ରେମୁଣା, (ବାଘୁଆବାର୍ତ୍ତା): ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ରେମୁଣାର ତହସିଲଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ଆଜି ଭୋରରୁ ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଗତ ୧୧ ତାରିଖରେ ବିଦ୍ୟାଧର ପତିଙ୍କ ଘର ସମେତ ଅଫିସରେ, ଭୁବନେଶ୍ଵର, ବାଲେଶ୍ଵରରେ ଭଡ଼ା ଘର ଓ ସମ୍ପର୍କୀୟଙ୍କ ଘରେ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୩ଟି ଦାମୀ ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ଵରରେ ୨ଟି ଫ୍ଲାଟ୍ ରହିଥିବା ବେଳେ ଗୋଟିଏ ଫ୍ଲାଟ୍ ବାଲେଶ୍ଵରରେ ରହିଛି । ଭୁବନେଶ୍ଵରରେ ଥିବା ୨ଟି ଫ୍ଲାଟର ମୂଲ୍ୟ ୨କୋଟି ୫୦ ଲକ୍ଷ ଟଙ୍କା ହେବ । ଏହା ସହିତ ୨ଟି ପ୍ଲଟ୍‌ ଠାବ ହୋଇଥିବା ବେଳେ ୯୩୭ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା ହେବ । ଚଢ଼ାଉରେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସାମିଲ ଅଛନ୍ତି । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!