ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ମାତା ସରୋଜିନୀ ମହାନ୍ତିଙ୍କ ବିୟୋଗ ଘଟିଛି । ରଣପୁର ନିର୍ବାଚନ ମଣ୍ଡଳୀ ବ୍ରଜରାଜପୁର ପଞ୍ଚାୟତ ଲତାର ଗ୍ରାମ ନିଜ ବାସ ଭବନରେ ଆଜି ସକାଳ ୫ ଟା ସମୟରେ ତାଙ୍କର ବିୟୋଗ ଘଟିଛି । ସେ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ମୃତ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ । ତାଙ୍କର ୭ ଗୋଟି ଝିଅ ଓ ଗୋଟିଏ ପୁଅ । ମୃତ ସମୟରେ ତାଙ୍କ ପୁତ୍ର ଇଂ. ଦେବାଶିଷ ପଟ୍ଟନାୟକ, ବୋହୁ ଡ. ବନ୍ଦନା ଦାସ ଓ ନାତି ଦିବ୍ୟଜ୍ୟୋତି ପଟ୍ଟନାୟକ ଉପସ୍ଥିତ ରହିଥିଲେ । ତାଙ୍କ ମର ଶରୀରକୁ ନିଜ ଗ୍ରାମରେ ପରିକ୍ରମା କରାଯାଇଥିଲା । ଗାଁ ସ୍ମଶାନରେ ଶବ ସଂସ୍କାର କରାଯାଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଦୁଃଖ ସନ୍ତପ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି । ସେ ଜଣେ ପରୋପକାରୀ ମହିଳା ଥିଲେ । ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ଦୁଃଖସନ୍ତପ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ।






