ନୟାଗଡ଼, (ବାଘୁଆବାର୍ତ୍ତା); ରୂକ୍ଷୀ ପାହାଡ଼ାରେ ଝୁଲାନ୍ତା ଶବ । ଶବକୁ ଦେଖିଲେ ବହୁଦିନର ବୋଲି ଜଣାପଡିଛି । ତେବେ ଶବଟି କାହାର ବୋଲି ମଧ୍ୟ ଜଣାପଡିନାହିଁ । ଶବଟି ଦେଖିବାକୁ ମିଳିଛି ନୟାଗଡ଼ ସଦର ମହକୁମାରେ ଥିବା ରୂକ୍ଷୀ ପାହାଡ଼ରେ । ସୂଚନାନୁସାରେ, ଆଜି ସକାଳୁ କିଛି ଯୁବକ ମହର୍ଷି ସ୍କୁଲ ନିକଟରେ ଥିବା ରୂକ୍ଷୀ ପାହାଡ଼କୁ ମର୍ଣ୍ଣିୱାର୍କ କରିବାକୁ ଯାଉଥିବା ବେଳେ ଗଛ ଏକ ଝୁଲନ୍ତା ଅବସ୍ଥା ଜଣେ ବୟସ୍କ ବ୍ୟକ୍ତି ଶବ ଦେଖି ଡରି ଯାଇଥିଲେ । ତେବେ ବୟସ୍କ ବ୍ୟକ୍ତି ଭଳି ଲାଗୁଛି । ହାତ, ଗୋଡ଼ ଓ ମୁହଁ ସଢି ଯାଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଁବା କଷ୍ଟ ସାଧ୍ୟ ହୋଇ ପଡିଛି । ଝୁଲନ୍ତା ଶବ ମୁଣ୍ଡ ଚନ୍ଦା ଟିକେ ଥିବା ବେଳେ ବେକରେ କମଳା ରଙ୍ଗର ଗାମୁଛା ଗୁରା ହୋଇଛି ଏବଂ କଳା, ନାଲି, ଧଳା ଓ ହଧଦିଆ ରଙ୍ଗର ମିଶ୍ରିତ ଗାରଗାରିଆ ଗଞ୍ଜି ପିନ୍ଧିଥିବା ଦେଖିବାକୁ ମିଳିଛି ।ସସସ ନେଇ ଉକ୍ତ ଯୁବକମାନେ ନୟାଗଡ଼ ଟାଉନ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚ ଛାନଭିନ୍ କରିଛି । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ଶବ ବ୍ୟବଛେଦ ଏବଂ ତଦନ୍ତ ହେଲେ ଜଣାପଡିବ ବୋଲି ଆଲୋଚନା ହେଉଛି ।






