Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡେପୁଟେସନରୁ ମୂଳ ସ୍କୁଲକୁ କେବେ ଫେରିବେ ଶିକ୍ଷକ?, ଡେପୁଟେସନ ସାଜିଛି କି ବଦଳିର ମାଧ୍ୟମ

by ସଞ୍ଜୟ ସ୍ୱାଇଁ
February 11, 2025
in Nayagarh, State
ଡେପୁଟେସନରୁ ମୂଳ ସ୍କୁଲକୁ କେବେ ଫେରିବେ ଶିକ୍ଷକ?,  ଡେପୁଟେସନ ସାଜିଛି କି ବଦଳିର ମାଧ୍ୟମ
117
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ରାଜ୍ଯ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତ ଶିକ୍ଷକ ମାନଙ୍କ ବିଶେଷ କାରଣ ବିନା ନିୟମିତ ବଦଳି ଉପରେ ସିନା ରୋକ୍ ଲଗାଇଛନ୍ତି, ହେଲେ ଡେପୁଟେସନ ଏବେ ବଦଳିର ମାଧ୍ୟମ ସାଜିଛି | ବଡ଼ କଥା ହେଲା, ଅନଲାଇନ୍ ଆବେଦନ କରୁଥିବା ତଥା ତଥ୍ଯ ଓ ପ୍ରମାଣ ଭିତ୍ତିରେ ବିଭାଗୀୟ ଉଚ୍ଚ ପଦାଧିକାରୀ ବଦଳି ସ୍ଥିରୀକୃତ କରିଥିବା ବେଳେ ଡେପୁଟେସନ ବେଳେ ଏସବୁକୁ ଦୃଷ୍ଟି ଦିଆ ଯାଉ ନଥିବାର ଅଭିଯୋଗ ହେଉଛି | ଦଶପଲ୍ଲା ବ୍ଲକରେ ଏଭଳି ବହୁ ଶିକ୍ଷକ ଏବେ ନିଯୁକ୍ତି ପାଇଥିବା ମୂଳ ସ୍କୁଲ ଛାଡ଼ି ଡେପୁଟେସନରେ ଥିବା ଜଣାପଡ଼ିଛି | କେତେକ ଶିକ୍ଷକ ବର୍ଷାଧିକ କାଳ ଡେପୁଟେସନରେ ଥିବାର ମଧ୍ଯ ଜାଣିବାକୁ ମିଳିଛି | ଆଶ୍ଚର୍ଯ୍ୟର କଥା, ଥରେ ଡେପୁଟେସନ ଯାଇଥିବା ଶିକ୍ଷକଙ୍କୁ ମଧ୍ଯ ସେହି ଠାରୁ ଅନ୍ୟ ବିଦ୍ୟାଳୟକୁ ପୁଣି ଡେପୁଟେସନ ପଠେଇ ଦିଆଯାଉଛି | ଏଭଳି ଡେପୁଟେସନ କରାଯିବା ପରିସ୍ଥିତିର ବାଧ୍ୟବାଧ୍ୟକତା ନା ଏହା ପଛରେ କିଛି ଅଦୃଶ୍ୟ କାରଣ ଲୁଚି ରହିଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଡେପୁଟେସନ ଥିବା ଶିକ୍ଷକଙ୍କୁ ଯଦିଓ ଡେପୁଟେସନ ଅର୍ଡର ମିଳିଛି, ହେଲେ ସେମାନେ କେବେ ମୂଳ ସ୍କୁଲକୁ ଫେରିବେ, ତାହା କାହାକୁ ଜଣା ନାହିଁ | ରୀତିମତ ବଦଳି ଉପରେ ବିଭାଗ ରୋକ୍ ଲଗାଇ ଥିବାବେଳେ ଏଭଳି ଡେପୁଟେସନ ଉପରେ କେବେ କଡା ଆଇନ ହେବ ଆଉ ଡେପୁଟେସନରେ ଥିବା ଶିକ୍ଷକ ନିଜ ମୂଳ ସ୍କୁଲକୁ ଫେରିବେ ଓ ଡେପୁଟେସନକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିବ, ତାହା ଦେଖିବାକୁ ବାକି ରହିଥିବା ବେଳେ ବିଭାଗ ପକ୍ଷରୁ ଏଥିନେଇ ଠୋସ୍ ପଦକ୍ଷେପ ଗ୍ରହଣ କରିବା ଅନିବାର୍ଯ୍ୟ ହୋଇ ପଡିଛି | ଅନ୍ୟ ପକ୍ଷରେ ଦଶପଲ୍ଲା ବ୍ଲକର ଡେପୁଟେସନ ଶିକ୍ଷକକଂର ତାଲିକା ପ୍ରସ୍ତୁତ ସହ ଉଚ୍ଚ ସ୍ତରୀୟ ସମୀକ୍ଷା କରବାର ଆବଶ୍ଯକତା ନେଇ ମତପ୍ରକାଶ ପାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!