Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା

by ସଞ୍ଜୟ ସ୍ୱାଇଁ
February 10, 2025
in Nayagarh, State
ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା
116
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ରେ ଆଖିଜା ଧାନ କାଟକୁ ନେଇ ଆଜି ଉତ୍ୟକ୍ତ ହୋଇଥିଲେ ଚାଷୀ। ମୁଣ୍ଡରେ ଝାମ୍ପି, ହାତରେ ଲଙ୍ଗଳ ଓ ଲାଠି ଧରି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ। ପ୍ରତି ମଣ୍ଡିରେ ୭ ରୁ ୧୧ କେଜି ପର୍ଯ୍ୟନ୍ତ ମନମୁଖୀ କାଟ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ବିରୋଧରେ ବିଷୋଦଗାର କରିଥିଲେ। ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ପ୍ରସନ୍ନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷି ଥିଲେ। ଜିଲ୍ଲାପ୍ରଶାସନକୁ ସମାଲୋଚନା କରି ସେ କହିଥିଲେ ଯେ, ଜିଲ୍ଲାସାରା ସମବାୟ ସଂପାଦକ ତୃଣମୂଳ ନେତା ପ୍ରଚାର କରିଛନ୍ତି ଯେ, ନୟାଗଡ଼ରେ ସାଧାରଣ ମାନ ଧାନ ନାହିଁ। ଏହି ବାହାନାରେ ଚାଷୀଙ୍କ ସଫା, ଶୁଖୁଲା ସାଧାରଣ ଧାନ ମାନ ଉପରୁ ଶହ ଶହ କୋଟି ଟଙ୍କାର ଧାନ କାଟି ନିଆଯାଉଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସମବାୟ ସହ ନିବନ୍ଧକ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁନାହାନ୍ତି। ଯୋଗାଣ ବିଭାଗ ସ୍ୱାର୍ଡ଼ ମଣ୍ଡି ପରିଦର୍ଶନରେ ଯାଉନାହାନ୍ତି। ଯେଉଁ ଚାଷୀ ଧାନ କାଟ ଦେବ ନାହିଁ ବୋଲି ପ୍ରତିବାଦ କରୁଛି ତାଙ୍କୁ କୁହାଯାଉଛି, ତମ ଧାନ ନୟାଗଡ଼ରେ ଟେଷ୍ଟିଙ୍ଗ୍ ହେବ। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ବ୍ୟବସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଜିଲ୍ଲା ସଭାପତି ରଣଜିତ୍ ଦଳବେହେରା, ବାଇନାଥ ସାହୁ କେତେକ ମଣ୍ଡି ଉଦାହରଣ ଦେଇ ଅଭିଯୋଗ କରିଥିଲେ । ଅନିୟମିତତା ବିରୁଦ୍ଧରେ ଅଭିଯୋଗର ତଦନ୍ତ ପାଇଁ ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ। ଯୁବଛାତ୍ର ସଭାପତି ମନୱର ଅଲ୍ଲୀ କହିଥିଲେ ଯେ, ଏହି ଆନ୍ଦୋଳନ ସାଙ୍କେତିକ ଆନ୍ଦୋଳନ, ଯଦି ପ୍ରଶାସନ ପ୍ରତିଶୃତି ମୁତାବକ କାର୍ଯ୍ୟ ନକରେ ତେବେ ଜୋରଦାର ଆନ୍ଦୋଳନ ହେବ। ନୟାଗଡ଼ରେ ସାଧାରଣ ଧାନ ମାନ ନାଁରେ ଯେଉଁମାନେ ଆତଙ୍କ ଖେଳାଇଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ସଂଗଠକ ଅଜୟ ମହାନ୍ତି, ଭାଗବତ ପରିଡ଼ା, ଦଶପଲ୍ଲାର ସମରଣା ନାୟକ, ଶିଶିର ଭଞ୍ଜ, ବିନୋଦ ପ୍ରଧାନ ରବିନ୍ଦ୍ର ବରାଳ, ଉଚ୍ଛବ ଚରଣ ସ୍ବାଇଁ, ବୈକୁଣ୍ଠ ସାହୁ, ଶଙ୍କରଶଂଣ ବରାଳ, ଛାଟିଆ ବେହେରା, ପ୍ରମୁଖ ଯୋଗ ଦେଇଥିଲେ । ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଦାବିପତ୍ର ଗ୍ରହଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!