ନୟାଗଡ଼,(ବାଘୁଆବାର୍ତ୍ତା): ମିଛ ନାଁରେ ସତ ଚାକିରି କରୁଥିଲେ ଯବାନ୍ । ଦୀର୍ଘ ୧୨ବର୍ଷ ଧରି ସରକାରଙ୍କୁ ଧୂଆଁ ବୁଲାଇ ୧୨୦ବାଟାଲିୟନ୍ରେ ନିଯୁକ୍ତି କରିଥିଲେ । ଯବାନ୍ ନିଶା ପାଲଟିଛି ନୂଆ ଠିଖଣା । ଚାରିଶହ ବିଶ୍ ଜବାନଙ୍କୁ ନୂଆ ପରିଚୟ ଦେଇଛି ଢେଙ୍କାନାଳ ଜେଲ । ସୂଚନାନୁସାରେ, ବଡ଼ ଭାଇ ପ୍ରଦ୍ୟୁମ ବେହେରା ଆର୍ମୀରେ ଚାକିରି କରୁଥିଲେ । ସାନଭାଇ ପ୍ରଶନ୍ନ ବେହେରା ଦୀର୍ଘ ୧୨ ବର୍ଷ ହେଲା ବଡ଼ ଭାଇ ପ୍ରଦ୍ୟୁମଙ୍କ ନାମରେ ୧୨୦ ବାଟାଲିୟନ୍ରେ ନିଯୁକ୍ତି କରିଥିଲେ । ପ୍ରଦ୍ୟୁମଙ୍କ ସ୍ତ୍ରୀଙ୍କ ଅଭିଯୋଗ ପରେ ଦୀର୍ଘ ବର୍ଷ ଧରି ସରକାରଙ୍କୁ ଠକି ଆସିଥିବା ଯବାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଢେଙ୍କାନାଳ ପୁଲିସ । ଆଜି ଢେଙ୍କାନାଳ ପୁଲିସ ପ୍ରଶନ୍ନ ବେହେରାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରି ଢେଙ୍କାନାଳ ଜେଲକୁ ପଠାଇ ଦେଇଥିବା ଜଣାପଡିଛି । ତେବେ ଉକ୍ତ ଯବାନଙ୍କ ନୂଆ ପରିଚୟ ଓ ଠିକଣା ପାଲଟିଛି ଢେଙ୍କାନାଳ ଜେଲ୍ ।





